ପାରାଦ୍ୱୀପ: ପାରାଦୀପ ମାଛଧରା ବନ୍ଦରରେ ଅଘଟଣ। ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁଁ 'ଦେବୀ ଲକ୍ଷ୍ମୀ' ବୋଟ୍ରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଛି। ନିଆଁ ଲାଗିବା ପରେ ବୋଟ୍ଟି ହୁତୁହୁତୁ ହୋଇ ଜଳିଥିଲା। ଘଟଣା ସମ୍ପର୍କରେ ଖବର ପାଇ ତୁରନ୍ତ ଚାରୋଟି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୀର୍ଘ ପ୍ରୟାସ ପରେ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଥିଲେ।
ତେବେ ନିଆଁ ଅନ୍ୟ ବୋଟ୍ଗୁଡ଼ିକୁ ବ୍ୟାପିବା ପୂର୍ବରୁ ନିୟନ୍ତ୍ରଣ କରାଯାଇଥିବାରୁ ବଡ଼ ଅଘଟଣକୁ ଏଡ଼ାଇ ଦିଆଯାଇଛି।ଅଗ୍ନିକାଣ୍ଡରେ ଦେବୀ ଲକ୍ଷ୍ମୀ ବୋଟ୍ଟି ପ୍ରାୟ ୭୦ ଲକ୍ଷ ଟଙ୍କାର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ପ୍ରାଥମିକ ଭାବେ ସର୍ଟ ସର୍କିଟ୍ରୁ ନିଆଁ ଲାଗିଥିବା କୁହାଯାଉଥିବା ବେଳେ ଘଟଣାର ପ୍ରକୃତ କାରଣ ନେଇ ଅଧିକ ତଦନ୍ତ ଜାରି ରହିଛି।
