Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ପାରିବାରିକ କଳହର କୁପରିଣତି: ସ୍ତ୍ରୀ'କୁ ହତ୍ୟା କରି ସ୍ୱାମୀର ଆତ୍ମହତ୍ୟା

ସମାଜ 1 week ago

ମାଜ ଡେସ୍କ: ଭଦ୍ରକ ପୁରୁଣା ବଜାର ଥାନା ନଙ୍ଗଆମହଲା ଗାମରେ ଗୁରୁବାର ଏକ ଦୁଃଖଦ ଘଟଣା ଘଟିଛି । ପାରିବାରିକ କଳହ କାରଣରୁ ସ୍ତ୍ରୀ'କୁ ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରିବା ପରେ ସ୍ୱାମୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତକ ହେଲେ ସେହି ଗ୍ରାମର ମୁସ୍ତାଫା ରାଜା ଓ ତାଙ୍କ ସ୍ତ୍ରୀ ସୋନୁ ବିବି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ମୃତ ମୁସ୍ତାଫା ଓ ସୋନୁ ପ୍ରେମ ବିବାହ କରିଥିଲେ ।

ସେମାନଙ୍କର ୧ ବର୍ଷ ଓ ୬ ବର୍ଷର ଦୁଇଟି କନ୍ୟା ସନ୍ତାନ ଅଛନ୍ତି । ଗୁରୁବାର ଉଭୟ ପତିପତ୍ନୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ମୁସ୍ତାଫା ଏକ ଧାରୁଆ ଅସ୍ତ୍ରରେ ସୋନୁଙ୍କୁ ହତ୍ୟା କରିବା ପରେ ସେହି ସ୍ଥାନରେ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia