Thursday, 09 Apr, 2.59 am ସମାଜ

ଦେଶ
ପରୀକ୍ଷା ପାଇଁ ପ୍ରସ୍ତୁତ ୪୨ ନିଜାମୁଦ୍ଦିନ ଫେରନ୍ତା - ଲକଡାଉନ୍ ଅବଧି ବୃଦ୍ଧି ସମ୍ଭାବନା

ସମାଜ ପୋର୍ଟାଲ ଡେସ୍କ: ଓଡିଶାରେ ଲକଡାଉନ୍ ଅବଧି ବୃଦ୍ଧି ହେବା ପ୍ରାୟ ନିଶ୍ଚିତ। ହଁ, କଥା ହେଉଛି ପ୍ରଭାବିତ ଅଞ୍ଚଳରେ ଲକ୍ଡାଉନ୍ ରହିବ। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ କରୋନା ସଂକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୨ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା କାରଣରୁ ଲୋକଙ୍କ ମଧ୍ୟରେ ବହୁତ ଭୟ ରହିଛି। କେନ୍ଦ୍ର ସରକାରଙ୍କ ପଦକ୍ଷେପ ପୂର୍ବରୁ ରାଜ୍ୟକୁ କରୋନା ଭାଇରସରୁ ରକ୍ଷା କରିବାରେ ନବୀନ ପଟ୍ଟନାୟକ ଆଗୁଆ ପଦକ୍ଷେପ ନେବାରେ କୌଣସି ତ୍ରୁଟି କରିନଥିଲେ। ତାଙ୍କ ଆହ୍ୱାନରେ, ୪୨ ଜଣ ନିଜାମୁଦ୍ଦିନ ଫେରନ୍ତା, ଯେଉଁମାନେ ତଵଲିଗି ଜମାତ ଦେଇ ଫେରିଛନ୍ତି, ସେମାନେ ୧୦୪କୁ କଲ କରି ପଞ୍ଜିକରଣ କରିଛନ୍ତି ଏବଂ ପରୀକ୍ଷା ପାଇଁ ପ୍ରସ୍ତୁତ ଅଛନ୍ତି। ଅଦ୍ୟାବଧି ସେମାନେ ସାମ୍ନାକୁ ଆସି ନଥିଲେ। ହଁ, କଂଗ୍ରେସ ବିଧାୟକ ମହମ୍ମଦ ମୁକିମଙ୍କ ସମେତ କିଛି ଲୋକ ମଧ୍ୟ ଏହି ପରୀକ୍ଷା ଦେଇଛନ୍ତି କିନ୍ତୁ ସେମାନଙ୍କ ରିପୋର୍ଟ ନେଗେଟିଭ ଆସିଛି।

ରାଜ୍ୟକୁ ପ୍ରଥମ ବିପର୍ଯ୍ୟୟ ଆସିଥିଲା ୧୭ ମାର୍ଚ୍ଚରେ


କରୋନା ସଂକ୍ରମଣ ଯୋଗୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ରାଜ୍ୟ ବିପର୍ଯ୍ୟୟ ବୋଲି ଘୋଷଣା କରିଛନ୍ତି। ପ୍ରାୟ ଏକ ମାସ ପୂର୍ବରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ରାଜ୍ୟରେ ଲକଡାଉନ୍ ଘୋଷଣା ପୂର୍ବରୁ ନବୀନ ସରକାର ଏକ ହେଲ୍ପ ଲାଇନ ନମ୍ବର ଜାରି କରିଥିଲେ। ପ୍ରଥମ କରୋନା ପଜିଟିଭ ମାମଲା ଓଡିଶାରେ ମାର୍ଚ୍ଚ ୧୭ରେ ସାମ୍ନାକୁ ଆସିଥିଲା। ସଂକ୍ରମିତ ଜଣଙ୍କ ଇଟାଲୀରୁ ଫେରିଥିଲେ। ସେ ଦିଲ୍ଲୀ ଦେଇ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚିବା ବେଳକୁ ସେ ୧୨୯ ଜଣଙ୍କ ସଂସ୍ପର୍ଶରେ ଆସିଥିଲେ। ତିରିଶ ବର୍ଷ ବୟସ୍କ କରୋନା ପଜିଟିଭ୍ ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଓଡିଶାରେ କରୋନା ପଜିଟିଭ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। କିନ୍ତୁ ଓଡ଼ିଶା ସରକାର ଅତ୍ୟନ୍ତ ସତର୍କତାର ସହ କରୋନା ସଂକ୍ରମଣ ବୃଦ୍ଧି ରୋକିବା ଦିଗରେ ପଦକ୍ଷେପ ନେଉଛନ୍ତି। ଏହି ଘଟଣା ପରେ ସାନିଟାଇଜର ଏବଂ ସାବୁନରେ ହାତ ଧୋଇବା, ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ଉପରେ ସରକାର ଗୁରୁତ୍ୱ ଦେଇ ଆସୁଛନ୍ତି। ଏପ୍ରିଲ ୩ ସନ୍ଧ୍ୟା ୮ଟାରୁ ୫ତାରିଖ ସନ୍ଧ୍ୟା ୮ଟା ଯାଏଁ ରାଜ୍ୟ ସରକାର ଭୁବନେଶ୍ୱର, କଟକ ଏବଂ ଭଦ୍ରକ ଜିଲ୍ଲାରେ ୪୮ ଘଣ୍ଟିଆ ବନ୍ଦ ଘୋଷଣା କରିଥିଲେ।

ଆଣ୍ଟି କରୋନା ଫୋର୍ସ ପାଇଁ ସୁବିଧା


ମାର୍ଚ୍ଚ ୨୧ରୁ ଘୋଷିତ ଲକଡାଉନ୍ ଏବେ ସାରା ରାଜ୍ୟରେ ବଳବତ୍ତର ରହିଛି। ଅତ୍ୟାବଶ୍ୟକ ସାମଗ୍ରୀର ଉପଲବ୍ଧତା ନିଶ୍ଚିତ କରିବା ବ୍ୟତୀତ ନବୀନ ତିନିମାସ ପାଇଁ ଭଡା ସ୍ଥଗିତ ରଖିବାକୁ ଘର ମାଲିକମାନଙ୍କୁ ନିବେଦନ କରିଛନ୍ତି। ସେ ଦୁଇଥର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ ଦେବାକୁ ଅପିଲ କରିସାରିଛନ୍ତି। ଲୋକମାନେ ମଧ୍ୟ ସାହାଯ୍ୟ କରିବାକୁ ହାତ ବଢେଇଛନ୍ତି। ଇତି ମଧ୍ୟରୁ କରୋନାରୁ ଗୋଟିଏ ମୃତ୍ୟୁ ଘଟିଛି ଏବଂ ପଜିଟିଭ ଲୋକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ସୂତ୍ରରୁ ଜଣାପଡିଛି ଯେ ତବଲିଗୀ ଜମାତରେ ଓଡିଶାରୁ ୬୦ ଜଣ ଲୋକ ଯୋଗ ଦେଇଥିଲେ କିନ୍ତୁ ସରକାରଙ୍କ ଅନୁଯାୟୀ ୨୭ ଜଣଙ୍କୁ ଚିହ୍ନଟ କରାଯାଇଛି, ସେଥି ମଧ୍ୟରୁ ତିନିଜଣଙ୍କୁ କରୋନା ପଜିଟିଭ୍ ବୋଲି ଜଣାପଡିଛି। ସେମାନଙ୍କ ମଧ୍ୟରେ ତବଲିଗି ଜମାତ ଧର୍ମ ସଭାରୁ ଫେରିଥିବା କଟକ ବିଧାୟକ ମହମ୍ମଦ ମୁକିମ (କଂଗ୍ରେସ) ଅଛନ୍ତି କିନ୍ତୁ ସେ ନିଜକୁ ଏବଂ ନିଜ ପରିବାରର ନମୁନା ପରୀକ୍ଷା କରାଇଛନ୍ତି ଏବଂ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି। ସେ ଓ ତାଙ୍କ ପରିବାରର ୧୭ ଜଣ ସଦସ୍ୟ ଏବେ ଏକାନ୍ତଵାସରେ ଅଛନ୍ତି। ସେ ନିଜାମୁଦ୍ଦିନ ମର୍କାଜରୁ ଫେରିଥିବା ତବଲିଗି ଜମାତଙ୍କ ପାଇଁ ଆହ୍ୱାନ ଦେଇ ୧୦୪ରେ ନାମ ପଞ୍ଜୀକୃତ କରିବା ସହ ଏକାନ୍ତଵାସରେ ଯିବାକୁ କହିଥିଲେ। ଯଦିଓ ୨୩ରୁ ଘୋଷଣା ହୋଇଥିବା ଲକଡାଉନ୍ ପାଳନ କରିବାରେ ପ୍ରଥମେ ଅବହେଳା ହୋଇଥିଲା କିନ୍ତୁ ପରେ ପୁଲିସ ଅଧିକ ଦୃଢ ହୋଇଛି।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: The Samaja Odia
Top