Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଫ୍ରେଞ୍ଚ୍‌ ଓପନ୍‌: ୪ର୍ଥ ରାଉଣ୍ଡରେ ସାବାଲେଙ୍କା

ସମାଜ 3 weeks ago

ପ୍ୟାରିସ୍‌: ଗ୍ରାଣ୍ଡସ୍ଲାମ୍‌ ଟେନିସ ଟୁର୍ଣ୍ଣାମେଣ୍ଟ ଫ୍ରେଞ୍ଚ୍‌ ଓପନ୍‌ରେ ଶନିବାର ମହିଳା ସିଙ୍ଗଲ୍‌ସରେ ଟପ୍‌ ସିଡ୍‌ ଆରିନା ସାବାଲେଙ୍କା ବିଜୟୀ ହୋଇ ୪ର୍ଥ ରାଉଣ୍ଡରେ ପହଞ୍ଚିଛନ୍ତି। ଗତବର୍ଷର ରନର୍ସଅପ୍‌ ବେଲାରୁଷର ସାବାଲେଙ୍କା ୬-୦, ୭-୫ ସେଟ୍‌ରେ ଅଷ୍ଟ୍ରେଲିଆର ଡାରିଆ କାସାତ୍‌କିନାଙ୍କୁ ପରାସ୍ତ କରିଛନ୍ତି। ୧୬ଶ ସିଡ୍‌ ଜାପାନର ନାଓମି ଓସାକା ୭-୬, ୬-୭, ୬-୪ ସେଟ୍‌​‌େ​‌ର ୧୭ଶ ସିଡ୍‌ ଆମେରିକାର ଇଭା ଜୋଭିଚ୍‌ଙ୍କୁ ପରାସ୍ତ କରିଛନ୍ତି।

ତେବେ ୬​ଷ୍ଠ ସିଡ୍‌ ଆମେରିକାର ଆମାଣ୍ଡା ଆନିସିମୋଭା ୩ୟ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଆନିସିମୋଭାଙ୍କୁ ଫ୍ରାନ୍‌ସର ଡାଏନେ ପ୍ୟାରି ୬-୩, ୪-୬, ୭-୬ ସେଟ୍‌ରେ ପରାସ୍ତ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ୨୨ନଂ ସିଡ୍‌ ରୁଷିଆର ଆନ୍ନା କାଲିନ୍‌ସ୍କାୟା ଓ ୨୫ନଂ ସିଡ୍‌ ରୁଷିଆର ଡାଏନା ସ୍ନାଇଡର ୪ର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପୁରୁଷ ସିଙ୍ଗଲ୍‌ସରେ ୧୦ମ ସିଡ୍‌ ଇଟାଲୀର ଫ୍ଲାଭିଓ କୋବୋଲି ୬-୨, ୬-୨, ୬-୩ ସେଟ୍‌ରେ ଆମେରିକାର ଲର୍ନର ଟିଏନ୍‌ଙ୍କୁ ପରାସ୍ତକରି ୪ର୍ଥ ରାଉଣ୍ଡରେ ପହଞ୍ଚିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia