Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ପିପିଲି ବ୍ଲକସ୍ତରୀୟ ଗୋପବନ୍ଧୁ ସ୍ମାରକ ଚିତ୍ରାଙ୍କନ ଓ କୁଇଜରେ ପ୍ରତିଯୋଗିତା ସାଇ ଦିବ୍ୟାଂଶୁ ରଥ ଚିତ୍ରାଙ୍କନ ଓ ପ୍ରଜ୍ୱଳ ପଣ୍ଡା କୁଇଜ୍‍ରେ ପ୍ରଥମ

ସମାଜ 1 week ago

ପିପିଲି:ପୂଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ୯୮ତମ ଶ୍ରାଦ୍ଧୋତ୍ସବ ଉପଲକ୍ଷେ ତାଙ୍କ ଦ୍ୱାରା ପ୍ରତିଷ୍ଠିତ 'ସମାଜ' ପକ୍ଷରୁ ପିପିଲି ବ୍ଲକସ୍ତରୀୟ ଗୋପବନ୍ଧୁ ସ୍ମାରକ ଚିତ୍ରାଙ୍କନ ଓ କୁଇଜରେ ପ୍ରତିଯୋଗୀତା 'ସୃଜନଶୀଳ ଓଡିଶା: କଳ୍ପନା ଓ ବୌଦ୍ଧିକତାର ଶୀର୍ଷ ସମ୍ମାନ' ରବିବାର ପିପିଲି ପୌରାଞ୍ଚଳ ଅନ୍ତର୍ଗତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ଉଭୟ ବିଭାଗରେ ସର୍ବମୋଟ୍‍ ୯୨ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ ।ଚତୁର୍ଥ ଶ୍ରେଣୀ ଠାରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ “ଗୋପବନ୍ଧୁଙ୍କ ସମୟର ଗ୍ରାମୀଣ ଜନଜୀବନ' ଶୀର୍ଷକ ଚିତ୍ରାଙ୍କନ ପ୍ରତିଯୋଗିତାରେ ମୋଟ୍‍ ୫୯ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ଗୋବିନ୍ଦପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ସାଇ ଦିବ୍ୟାଂଶୁ ରଥ ପ୍ରଥମସ୍ଥାନ ଅଧିକାର କରିଥିବା ବେଳେ ଗୁଡିଆପୋଖରୀ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀ ଲୋପାମୁଦ୍ରା ବାରିକ ଦ୍ୱିତୀୟ ସ୍ଥାନ ଓ ପିପିଲି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ପ୍ରଭୁପ୍ରସାଦ ପଟ୍ଟାୟତ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଅଷ୍ଟମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ କୁଇଜ୍‍ ପ୍ରତିଯୋଗୀତାରେ ମୋଟ୍‍ ୩୩ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ଗୋବିନ୍ଦପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ପ୍ରଜ୍ୱଳ ପଣ୍ଡା ପ୍ରଥମସ୍ଥାନ ଅଧିକାର କରିଥିବା ବେଳେ ଦାଣ୍ଡମୁକୁନ୍ଦପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଶୁଭଙ୍କର ଦାସ ଦ୍ୱିତୀୟ ସ୍ଥାନ ଓ ଗୋବିନ୍ଦପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ର ସୌମ୍ୟରଞ୍ଜନ ପୃଷ୍ଟି ତୃତୀୟ ସ୍ଥାନ ଅଧିକାର କରିଥିଲେ । ବିଚାରକ ଭାବେ ଅବସରପ୍ରାପ୍ତ ଶିକ୍ଷାବିତ୍‍ ସତ୍ୟାନନ୍ଦ ଦାଶ, ନହଳାପଡା ହାଇସ୍କୁଲର ଜାତୀୟ ପୁରସ୍କାରପ୍ରାପ୍ତ ବିଜ୍ଞାନଶିକ୍ଷକ ହେମନ୍ତ କୁମାର ପ୍ରଧାନ, କବି ଓ ଲେଖକ ସାରଦାନନ୍ଦ ପ୍ରଧାନ, ସମାଜସେବୀ ସୁଚିସ୍ମିତା ଦାଶ, ଶିକ୍ଷାବିତ୍‍ ବାଣୀବନ୍ଦନା ଲେଙ୍କା ଯୋଗଦେଇଥିଲେ ।
ଏହି ଅବସରରେ ପିପିଲି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିଚାଳନା କମିଟିର ସଭାପତି ବିକ୍ରମ କେଶରୀ ସିଂ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ଅତିଥି ଭାବେ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ତଥା ପିପିଲି ସାଂସ୍କୃତିକ ପରିଷଦ ସାଧାରଣ ସଂପାଦକ ରମେଶ ଚନ୍ଦ୍ର ମହାପାତ୍ର, ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ଜନସ୍ୱାର୍ଥ ସୁରକ୍ଷା ସମିତି ମୁଖ୍ୟ ସଂଯୋଜକ ଶିକ୍ଷାବିତ୍‍ ସନ୍ତୋଷ କୁମାର ମିଶ୍ର, ପିପିଲି ମହୋତ୍ସବ କମିଟି ସାଧାରଣ ସଂପାଦକ ଶଙ୍କର୍ଷଣ ପ୍ରଧାନ, ବେଦିକ ଟେକ୍ନୋ ସ୍କୁଲ ଅଧ୍ୟକ୍ଷା ଶୁଭଶ୍ରୀ ପଣ୍ଡା, ଉତ୍କଳମଣି ସାମ୍ବାଦିକ ସଂଘ ସାଧାରଣ ସଂପାଦକ ବିଜୟ କୁମାର ମହାପାତ୍ର, ପିପିଲି ପ୍ରେସ୍‍ କ୍ଲବ କାର୍ଯ୍ୟକାରୀ ସଭାପତି ହେମନ୍ତ କୁମାର ସେଠୀ ପ୍ରମୁଖ ଯୋଗଦେଇ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜକୁ ଜଣେ ଭଲ ମଣିଷ ଓ ଦେଶସେବକ ଭାବେ ଗଢି ତୋଳିବା ଦିଗରେ ସମସ୍ତେ ଅଧିକ ଯତ୍ନବାନ ହେବାକୁ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ଗୋପବନ୍ଧୁଙ୍କ ଦ୍ୱାରା ପ୍ରତିଷ୍ଠିତ ଦୈନିକ ଓଡିଆ ଖବରକାଗଜ \”ସମାଜ\’ ରାଜ୍ୟର ଦୁସ୍ଥ, ଗରିବ ଓ ଅସହାୟ ରୋଗୀର ଜୀବନ ରକ୍ଷା କରିବା, ରାଜ୍ୟର ଗରୀବ ମେଧାବୀ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବାରେ ଓ ଦୈବଦୁର୍ବିପାକରେ ପୀଡିତ ଜନତାଙ୍କ ପାଇଁ ସହାୟକ ହୋଇପାରିଥିବା ସଂପର୍କରେ ସେମାନେ ଆଲୋକପାତ କରିଥିଲେ । ଏହି ଅବସରରେ କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇ ସଂବର୍ଦ୍ଧିତ କରାଯାଇଥିଲା ।

କାର୍ଯ୍ୟକ୍ରମ ପରିଚାଳନାରେ ପିପିଲି ମହୋତ୍ସବ କମିଟିର କୋଷାଧ୍ୟକ୍ଷ ଶ୍ରୀଧର ନାୟକ, ସାଂସ୍କୃତିକ ସଂପାଦକ ନିରଞ୍ଜନ ସ୍ୱାଇଁ, ସହସଂପାଦକ ନୃସିଂହ ଚରଣ ସାହୁ, ଅମରେଶ କୁମାର ସାହୁ, ପିପିଲି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଆଚାର୍ଯ୍ୟ ଜଗନ୍ନାଥ ସାହୁ, କାଶୀନାଥ ଗିରୀ, ହୃଷିକେଶ ବଳବନ୍ତରାୟ, ଆଚାର୍ଯ୍ୟା ବିଦୁଲତା ପ୍ରଧାନ, ସରୋଜିନୀ ସାହୁ, ଜ୍ୟୋସ୍ନାରାଣୀ ମିଶ୍ର, ବିଜୟଲକ୍ଷ୍ମୀ ପଣ୍ଡା, ଆଚାର୍ଯ୍ୟ ହେମନ୍ତ କୁମାର ସାମନ୍ତରାୟ, ବ୍ରହ୍ମାନନ୍ଦ ଦାଶ, ସମୀର ରଞ୍ଜନ ଦାଶ, ନନ୍ଦକିଶୋର ପ୍ରମୁଖ ସହଯୋଗ କରିଥିଲେ । ପିପିଲିର ସମାଜ ପ୍ରତିନିଧି ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia