Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ପୁଣି ପରସ୍ପରକୁ ଆକ୍ରମଣ କଲେ ଆମେରିକା-ଇରାନ

ସମାଜ 5 days ago

ତେହରାନ: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ପୁନର୍ବାର ପରସ୍ପର ଉପରେ ଆକ୍ରମଣ କରିଛନ୍ତି। ଆମେରିକା ସେନା ହର୍ମୁଜ ପ୍ରଣାଳୀରେ ଥିବା ଇରାନୀ ରକେଟ୍ ଲଞ୍ଚରଗୁଡ଼ିକ ଉପରେ ଆକ୍ରମଣ କରିଛି। କିଛି ଦିନର ଅସ୍ତ୍ରବିରତି ପରେ ଆମେରିକା ପୁଣି ଥରେ ଇରାନ ଉପରେ ବଡ଼ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇରାନ ଏହି ଆକ୍ରମଣକୁ ଘାତକ ବୋଲି କହି ପ୍ରତିଶୋଧ ସ୍ୱରୂପ ଜୋର୍ଡାନରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଛି।

ଏହା ଦ୍ବାରା ପୁଣି ଥରେ ଯୁଦ୍ଧ ଆଶଙ୍କା ଘନେଇଛି।

ଆମେରିକାର କେନ୍ଦ୍ରୀୟ କମାଣ୍ଡ ମୁଖପାତ୍ର ଟିମ୍ ହକିନ୍ସଙ୍କ ଅନୁଯାୟୀ, ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସର ସୈନିକମାନେ ହର୍ମୁଜ୍ ପ୍ରଣାଳୀରେ ରକେଟ୍ ବ୍ୟବହାର କରି ସମୁଦ୍ର ମାଇନ୍ସ ବିଛାଇବାକୁ ପ୍ରସ୍ତୁତ ହେଉଥିଲେ। ତେଣୁ ଆମେରିକୀୟ ସେନା ରକେଟ୍ ଲଞ୍ଚରଗୁଡ଼ିକୁ ଟାର୍ଗେଟ କରିଥିଲା। ଗତ ସପ୍ତାହରେ, ଆମେରିକାର ସେନା ହର୍ମୁଜ୍ ପ୍ରଣାଳୀରେ ଅନ୍ତର୍ଜାତୀୟ ଜାହାଜ ଚଳାଚଳ ପଥରୁ ମାଇନ୍ସ ସଫା କରିବା ସମାପ୍ତ କରିଥିଲା।
ଇରାନୀ ଗଣମାଧ୍ୟମ ଲାରାକ ଦ୍ୱୀପ ନିକଟରେ ବିସ୍ଫୋରଣ ହୋଇଥିବା ନେଇ ସୂଚନା ଦେଇଛି। ଇରାନୀ ରିଭଲ୍ୟୁସନରୀ ଗାର୍ଡ କହିଛି ଯେ ଏହି ଆକ୍ରମଣରେ ଆମର କିଛି ସେନ୍ୟ ଏବଂ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି। ଆମେରିକାର ଆକ୍ରମଣ ପରେ ଜୋର୍ଡାନରେ ଥିବା ଆମେରିକୀୟ ଘାଟିକୁ ଇରାନ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା।

ଜୋର୍ଡାନ ସେନା ଅନୁଯାୟୀ ସୋମବାର ପ୍ରତ୍ୟୁଷରେ ଏହାର ବାୟୁମଣ୍ଡଳରେ ପ୍ରବେଶ କରିଥିବା ୮ ଇରାନୀ କ୍ଷେପଣାସ୍ତ୍ରକୁ ଗୁଳି କରି ଖସାଇ ଦିଆଯାଇଛି। ଇରାନୀ ରିଭଲ୍ୟୁସନରୀ ଗାର୍ଡର ମୁଖପାତ୍ର ଜେନେରାଲ ହୋସେନ୍ ମୋହେବି ଆମେରିକାର ଆକ୍ରମଣକୁ ବଡ ଭୁଲ୍‌ ବୋଲି କହିଛନ୍ତି। ଆମେରିକା ଜୁଲାଇ ୨୯ରେ ଇରାନ ଉପରେ ଆକ୍ରମଣ କରିଥିଲା।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia