ଭୁବନେଶ୍ୱର: ସାରା ରାଜ୍ୟରେ ଶନିବାରଠାରୁ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ(ଏସ୍ଆଇଆର୍) ପ୍ରକ୍ରିୟା ଆରମ୍ଭ ହୋଇଛି। ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀରେ ଏହି ପ୍ରକ୍ରିୟା ଚାଲିଛି। ପ୍ରଥମ ଦିନରେ ୨ ଲକ୍ଷ ୫୯ ହଜାର ୧୬୬ ଭୋଟରଙ୍କୁ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲ୍ଓ ) ମାନଙ୍କ ଦ୍ୱାରା ପରିଗଣନା ଫର୍ମ ବଣ୍ଟନ କରାଯାଇଛି।
ସମସ୍ତ ବିଏଲ୍ଓ ନିଜ ନିଜ ଅଞ୍ଚଳରେ ଘରକୁ ଘର ବୁଲି ଭୋଟରଙ୍କ ତଥ୍ୟ ଯାଞ୍ଚ କରୁଛନ୍ତି। ଯୋଗ୍ୟ ଭୋଟରଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ସ୍ୱତନ୍ତ୍ର ପରିଗଣନା ଫର୍ମ ବଣ୍ଟନ କରାଯାଉଛି। ନୂତନ ଭୋଟରଙ୍କ ନାମ ପଞ୍ଜୀକରଣ, ମୃତ କିମ୍ବା ସ୍ଥାନାନ୍ତରିତ ଭୋଟରଙ୍କ ନାମ ବାଦ୍ ଦେବା ଏବଂ ଭୋଟର କାର୍ଡରେ ଥିବା ତ୍ରୁଟି ସଂଶୋଧନ ପାଇଁ ଏହି ଏସ୍ଆଇଆର୍ ଅଭିଯାନ ଚାଲିଛି। ଏସ୍ଆଇଆର୍ ପ୍ରକ୍ରିୟା ଦ୍ୱାରା ରାଜ୍ୟରେ ଏକ ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପ୍ରସ୍ତୁତ କରାଯାଇ ପାରିବ।
