Dailyhunt

ରାଜ୍ୟସରକାର ଚାଷୀମାନଙ୍କର ସବୁ ଧାନ ଉଠାଇବେ:ସମବାୟ ମନ୍ତ୍ରୀ

ସମାଜ 3 weeks ago

ଭୁବନେଶ୍ଵର:ରାଜ୍ୟସରକାର ଚାଷୀମାନଙ୍କର ସବୁ ଧାନ ଉଠାଇବେ। ଏନେଇ ସୂଚନା ଦେଇଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ। ଚଳିତ ଖରିଫ ଋତୁରେ ରେକର୍ଡ ସଂଖ୍ୟକ ଧାନ ସଂଗ୍ରହ ହୋଇଛି। ୧୮ ଲକ୍ଷ ୬୪ ହଜାର ଚାଷୀ ଧାନ ବିକ୍ରି କରି ସାରିଛନ୍ତି। ଏଯାବତ୍ ୭୭ ଲକ୍ଷ ମେଟ୍ରିକ ଟନ ଧାନ କିଣା ସରିଛି। ଚାଷୀଙ୍କ ଧାନ କିଣିବାକୁ ୭ଦିନ ଅବଧି ବୃଦ୍ଧି କରିଛନ୍ତି ସରକାର।

ଯେଉଁ ଚାଷୀ ଧାନ ବିକି ନାହାନ୍ତି, ଏବେ ସେମାନଙ୍କ ପାଖରେ ଥିବା ବଳକା ଧାନକୁ ବିକ୍ରି କରିପାରିବେ। ମିଲରେ ଜାଗା ଅଭାବ ଯୋଗୁ ଧାନ କିଣଶା ପ୍ରକିୟା ବିଳମ୍ବ ହୋଇଥିଲା ଜଣେ ବି ଚାଷୀର ଧାନ ରହିବ ନାହିଁ,ସବୁ ଧାନକୁ ସରକାର କିଣିବେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଆସନ୍ତାବର୍ଷ ସମସ୍ୟର ନହେବା ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia