ନୂଆଦିଲ୍ଲୀ : ବଲିଉଡ ଏବଂ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ଜଣାଶୁଣା ଅଭିନେତ୍ରୀ ରଶ୍ମିକା ମନ୍ଦାନା। ଏବେ ତାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ରିପୋର୍ଟ ଅନୁସାରେ, ତାଙ୍କ ଆଗାମୀ ଚଳଚ୍ଚିତ୍ରର ସୁଟିଂ କରୁଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଛନ୍ତି ରଶ୍ମିକା । ରିପୋର୍ଟ କରାଯାଉଛି ଯେ ଦୁର୍ଘଟଣାରେ ତାଙ୍କ ହିପ୍ ଟେଣ୍ଡନ୍ ଅର୍ଥାତ୍ ଅଣ୍ଟାରୁ ଜଙ୍ଘକୁ ସଂଯୋଗ କରୁଥିବା ସ୍ନାୟୁ ସମ୍ପୂର୍ଣ୍ଣ ଭାବରେ ଅଲଗା ହୋଇଯାଇଛି।
ଆଘାତର ଗମ୍ଭୀରତାକୁ ଦୃଷ୍ଟିରେ ରଖି, ଡାକ୍ତରମାନେ ତାଙ୍କୁ ତୁରନ୍ତ କାମ ବନ୍ଦ କରିବାକୁ ଏବଂ ଅତି କମରେ ଛଅ ସପ୍ତାହ ପାଇଁ କଠୋର ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ଏହି ଖବର ଶୁଣିବା ପରେ ତାଙ୍କ ପ୍ରଶଂସକମାନେ ଅତ୍ୟନ୍ତ ଚିନ୍ତିତ ହୋଇପଡିଛନ୍ତି । ରିପୋର୍ଟ ଅନୁସାରେ, ରଶ୍ମିକା ତାଙ୍କର ଆଗାମୀ ଚଳଚ୍ଚିତ୍ର “ରଣବଲୀ” ଏବଂ “ମୈସା” ପାଇଁ ଲଗାତାର ଆକ୍ସନ ଏବଂ ଚ୍ୟାଲେଞ୍ଜିଂ ଡ୍ୟାନ୍ସ ସିନ୍ର ସୁଟିଂ କରୁଥିବା ସମୟରେ ଏହି ଗୁରୁତର ଥିଲେ।
