ଭୁବନେଶ୍ୱର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ମଙ୍ଗଳବାର ସକାଳେ ଲୋକଭବନରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ରାଷ୍ଟ୍ରପତିଙ୍କୁ ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ଓ ହସ୍ତଶିଳ୍ପ ପରମ୍ପରାକୁ ପ୍ରତିଫଳିତ କରୁଥିବା ସ୍ୱତନ୍ତ୍ର ଉପହାର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତିଙ୍କ ବ୍ରହ୍ମପୁର ଅଭିମୁଖେ ଗସ୍ତ ପୂର୍ବରୁ ଏହି ଉପହାର ପ୍ରଦାନ କରାଯାଇଥିଲା।
ଏହି ଅବସରରେ ରାଜ୍ୟର ପ୍ରଥମ ମହିଳା ଡ. ଜୟଶ୍ରୀ କମ୍ଭମପାଟି ମଧ୍ୟ ଉପସ୍ଥିତ ଥିଲେ। ଏହି ଉପହାରରେ ଜାତୀୟ ହସ୍ତତନ୍ତ ପୁରସ୍କାରପ୍ରାପ୍ତ ତଥା ଜିଆଇ ଟ୍ୟାଗ୍ ସ୍ୱୀକୃତିପ୍ରାପ୍ତ ସମ୍ବଲପୁରୀ ବାନ୍ଧ ଶାଢ଼ି, ପିପିଲିର ପାରମ୍ପରିକ ଚାନ୍ଦୁଆ ଭେଲଭେଟ ଉତ୍ତରୀୟ ଏବଂ କଟକର ସୂକ୍ଷ୍ମ ରୂପା ତାରକସି କଳାରେ ନିର୍ମିତ ଭଗବାନ ଗଣେଶଙ୍କ ଏକ ପ୍ରତିମୂର୍ତ୍ତି ଥିଲା। ଏହି ଅନନ୍ୟ କଳାକୃତିଗୁଡ଼ିକ ଓଡ଼ିଶାର ଅତୁଳନୀୟ କାରିଗରୀ ଦକ୍ଷତା, ସମୃଦ୍ଧ ପରମ୍ପରା ଓ କଳାତ୍ମକ ଉତ୍କର୍ଷତାର ପରିଚୟ ବହନ କରିବା ସହ ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରତିଫଳିତ କରୁଛି।
ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷାର ସମ୍ଭାବନା
