Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ରାସ୍ତା ନିର୍ମାଣ ପାଇଁ ସ୍ଥାନାନ୍ତର ହେଲା ସହିଦଙ୍କ ପ୍ରତିମୂର୍ତ୍ତି

ସମାଜ 3 weeks ago

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବୈତରଣୀ ଧାନବେଣୀ ତଟରେ ଦେଶର ପ୍ରଥମ ସହିଦ କୁହାଯାଉଥିବା ଚୁହାଳ ବିଦ୍ରୋହର ମହାନାୟକ ସହିଦ ରଘୁନାଥ ମହାତୋଙ୍କ ପ୍ରତିମୂର୍ତ୍ତି ଏକ ଭବ୍ୟ ସମାରୋହରେ ସ୍ଥାପନ କରାଯିବା ସହ ପ୍ରତିବର୍ଷ ଜନ୍ମ ଜୟନ୍ତୀ ଓ ସହିଦ ଦିବସ ପାଳନ କରାଯାଇ ଆସୁଥିଲା। ମୁଖ୍ୟତ କୁଡୁମୀ ସମ୍ପ୍ରଦାୟର ଦ୍ୱାରା ଏହା ହୋଇ ଆସୁଛି।

ତେବେ ୨୨୦ ନଂ ଜାତୀୟ ରାଜପଥ ନୂତନ ବୈତରଣୀ ସେତୁ ରାସ୍ତା ପ୍ରତିମୂର୍ତ୍ତି ଦେଇ ଯିବାକୁ ଥିବାରୁ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଏହାକୁ ସ୍ଥାନାନ୍ତର ପାଇଁ ଅନୁରୋଧ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ସହିଦଙ୍କ ପ୍ରତିମୂର୍ତ୍ତିକୁ ସ୍ଥାନାନ୍ତର ପାଇଁ ଆଜି ଭବ୍ୟ ସମାରୋହ ଅନୁଷ୍ଠିତ ହୋଇଥିଲା। କୁଡୁମିସେନା ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତ, ଆୟୋଜକ କମିଟିର ସଭାପତି ଶରତ ଚନ୍ଦ୍ର ମହାନ୍ତ, ଦେଶ କରମ ରାଜ୍ୟ ଆବାହକ ଲକ୍ଷ୍ମୀଧର ମହାନ୍ତ, ସତ୍ୟନାରାୟଣ ମହାନ୍ତ, ହୃଷିକେଶ ମହାନ୍ତ, ବିଜୟ ମହାନ୍ତ, ତ୍ରିନାଥ ମହାନ୍ତ, କୃଷ୍ଣ ମହାନ୍ତ, କିଶୋର ଚନ୍ଦ୍ର ମହାନ୍ତ, ବ୍ଲକ ସଭାପତି ଅଶୋକ ମହାନ୍ତ, କୁଳୁମାଲି ଗବେଷକ ପ୍ରତାପ ମହାନ୍ତ, ପ୍ରଭାତ ରଞ୍ଜନ ମହାନ୍ତ, ଭୁତ ମହାନ୍ତ, ଧରିତ୍ରୀ ମହାନ୍ତ,ନକୁଳ ମହାନ୍ତ, ଖଗେଶ୍ବର ମହାନ୍ତ ଲଳିତ କୁମାର ମହାନ୍ତ ପ୍ରମୁଖଙ୍କ ସହିତ ବହୁ ସଂଖ୍ୟାରେ କୁଡୁମୀ ସମ୍ପ୍ରଦାୟର ଲୋକେ ଉପସ୍ଥିତ ଥିଲେ।

ପଶ୍ଚିମବଙ୍ଗରୁ ଆସିଥିବା କୁଡୁମୀ ଗବେଷକ ସାଧୁରାମ ଚାନ୍ଦ ମୁର୍ମୁ, ବିଶ୍ୱବିଦ୍ୟାଳୟର କୁଡୁମାଲି ବିଭାଗର ୧୦ ଜଣ ପ୍ରାଧ୍ୟାପକ ଓ କୁଡୁମାଲି ଭାଷା ଗବେଷଣା କରୁଥିବା ୫୦ ଜଣ ପିଜି ଛାତ୍ରଛାତ୍ରୀ ଉପସ୍ଥିତ ରହି ସହିଦ ରଘୁନାଥ ମହାତୋଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ନୂତନ ସ୍ଥାପନ ହେବାକୁଥିବା ସ୍ଥାନରେ ପୂଜାର୍ଚ୍ଚନା କରାଯାଇ ସହିଦଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia