Dailyhunt

ରତ୍ନଭଣ୍ତାର ଗଣତିମଣତିକୁ ନେଇ ଗଜପତି ମହାରାଜାଙ୍କ ବଡ ବୟାନ

ସମାଜ 3 weeks ago

ପୁରୀ:ରତ୍ନଭଣ୍ତାର ଗଣତିମଣତିକୁ ନେଇ ଗଜପତି ମହାରାଜାଙ୍କ ବଡ ବୟାନ। ଆଜି ଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ସୁନା ଅଳଙ୍କାରର ଦ୍ବିତୀୟ ପର୍ଯ୍ୟାୟ ଗଣତିମଣତି ଆରମ୍ଭ ହୋଇଛି। ରତ୍ନଭଣ୍ତାର ଗଣତିମଣତିର ଅନୁଧ୍ୟାନ କଲେ ଗଜପତି। ଆଜିଠୁ ମହାପ୍ରଭୁଙ୍କ ବାହାର ରତ୍ନଭଣ୍ତାର ଗଣତିମଣତି ଆରମ୍ଭ ହୋଇଛି। ଗଣତିମଣତି ସମୟରେ ଟେକ୍ନିକାଲି କରାଯାଉଛି।

ଥ୍ରିଡି ମ୍ୟାପିଂ କରାଯାଉଛି। ଟିକେ ସମୟ ଲାଗୁ ପଛେ , କିନ୍ତୁ ଭଲ ଭାବରେ କାମ କରାଯିବା ଦରକାର।ଭବିଷ୍ୟତରେ ଯେମିତି ଦ୍ଵନ୍ଦ୍ଵ ସୃଷ୍ଟି ନ ହେଉ ବୋଲି ଗଜପତି ମହାରାଜା ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି , ଗଣତିମଣତି ପାଇଁ ସମୟସୀମା ରଖିପାରିବା ନାହିଁ। ରତ୍ନଭଣ୍ତାର ମୂଲ୍ୟାଙ୍କନ ହେଉନାହିଁ। ମହାପ୍ରଭୁଙ୍କ କୃପାରୁ ସବୁକିଛି ସୁରୁଖୁରୁରେ ହେବା ଆଶା ବୋଲି ଗଜପତି ମହାରାଜା ସୂଚନା ଦେଇଛନ୍ତି।

ଗତ ମାସ ୨୫ରେ ମହାପ୍ରଭୁଙ୍କ ଚଳନ୍ତି ସୁନା ଅଳଙ୍କାରର ଗଣତି ପ୍ରାୟ ୮୦ ପ୍ରତିଶତ ଶେ‌ଷ ହୋଇଛି। ବୁଧବାର ବାହାର ରତ୍ନଭଣ୍ଡାରରେ ଥିବା ସୁନା ଅଳଙ୍କାରର ଗଣତି କରାଯିବ। ଚଳିତ ମାସ ୧୩ ଏବଂ ତା'ପରେ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଗଣତି ଜାରି ରହିବ। ୮ରେ ପୂର୍ବ ଭଳି ରତ୍ନଭଣ୍ଡାରର ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ ଜ‌ଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ବାହାର ରତ୍ନଭଣ୍ଡାରରେ ଥିବା ସୁନା ଅଳଙ୍କାରର ଗଣତିମଣତି କରାଯିବ। ପୂର୍ବ ମାର୍ଗଦର୍ଶିକାକୁ ଅନୁକରଣ କରାଯାଇ ତଦାରଖ ଟିମ୍‌ ଓ ସମ୍ପାଦନା ଟିମ୍‌ ରହିବେ। ରତ୍ନଭଣ୍ଡାର ଭିତରକୁ କେବଳ ସମ୍ପାଦନା ଟିମ୍‌ ସଦସ୍ୟ ପ୍ରବେଶ କରିବେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia