Dailyhunt

ରେଲୱେ କଡ଼ରୁ ଅଜଣା ଶବ ଠାବ

ସମାଜ 3 weeks ago

ରେଙ୍ଗାଲି କ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ଥାନା ଅନ୍ତର୍ଗତ କାଣ୍ଡପାଲି ରେଲୱେ ଅଣ୍ଡର ପାସ୍ ରୁ ମାତ୍ର ୫୦ମିଟର ଦୂରରେ ରେଲୱେ ଖୁଣ୍ଟି ନଂ ୫୮୯/୨୫ ଓ ୨୬ କଡ଼ରେ ଗଳିତ ଶବ ଠାବ ହୋଇଥିବା ଜଣା ପଡ଼ିଛି। ଦୁର୍ଗନ୍ଧ ହେବା ପରେ ଖବର ପାଇ ସମ୍ବଲପୁର ରେଲୱେ ଜିଆଇପି ଥାନା ଅଧିକାରୀ ସୁନିଲ କର, ବରଗଡ଼ ଆରପିଏଫ୍ ଅଧିକାରୀ ଓ ଅତାବିରା ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ମୃତ ଶବ କୁ ଠାବ କରି ଅନୁସନ୍ଧାନୀ ଦଳକୁ ଖବର ଦେଇଥିଲେ।ହେଲେ ଠାବ ହୋଇଥିବା ଶବ କୁ ରାତ୍ରୀରେ ଜଗିବା ପାଇଁ ରେଲୱେ ପୋଲିସ ପକ୍ଷରୁ ବ୍ୟବସ୍ଥା ହୋଇଥିବା ବେଳେ ଆସନ୍ତା କାଲି ଅଧିକରୁ ଅଧିକ ତଦନ୍ତ କରି ପ୍ରକୃତ ରହସ୍ୟ ଜଣା ପଡ଼ିବ ବୋଲି ରେଲୱେ ପକ୍ଷରୁ ଜଣା ପଡ଼ିଛି।ତେବେ ଗଲିତ ଶବ ଟି କାହାର।କିଏ ମାରି ଫିଙ୍ଗି ଦେଇଛି ନାଁ ନିଜେ ଆତ୍ମହତ୍ୟା କରିଛି ସେ ନେଇ ସାଧାରଣ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia