Dailyhunt

ସମ୍ବଲପୁର କୋର୍ଟକୁ ବୋମା ଧମକ

ସମାଜ 1 month ago

ମ୍ବଲପୁର:ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା ପୂର୍ବରୁ ଜାନୁଆରୀ ୮, ମାର୍ଚ୍ଚ ୧ ଏବଂ ଏପ୍ରିଲ ୨ ତାରିଖରେ ଏଭଳି ତିନି ତିନିଥର ଧମକପୂର୍ଣ୍ଣ ମେଲ୍ ଆସିବା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପୂର୍ବକ ପୋଲିସ ସୁରକ୍ଷା ବାହିନୀ, ଦମକଳ ବାହିନୀ ସହ ବୋମା ନିଷ୍କ୍ରିୟକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଜିଲାକୋର୍ଟ ପରିସର ସହିତ ସିଭିଲ କୋର୍ଟ ଆଦି ସମଗ୍ର ଅଞ୍ଚଳକୁ ତନ୍ନତନ୍ନ କରି ଯାଞ୍ଚ କରିଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia