କଟକ : ସାତ ଲକ୍ଷ ଟଙ୍କା ବ୍ୟୟରେ ସାଂସଦ ଭର୍ତ୍ତୃହରି ମହତାବଙ୍କ ତାଙ୍କ ପାଣ୍ଠିରୁ ଏକ ଆମ୍ବୁଲାନ୍ସ ସ୍ଵେଛାସେବୀ ସଂଗଠନ କଲ୍ୟାଣୀ ଚାରିଟେବୁଲ ଟ୍ରଷ୍ଟକୁ ଯୋଗାଇ ଦେଇଛନ୍ତି।
ତେବେ କଲ୍ୟାଣୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଉକ୍ତ ଆମ୍ବୁଲାନ୍ସ ସେବାକୁ ଶନିବାର ଦିନ ସାଂସଦ ଭର୍ତ୍ତୃହରି ମହତାବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଲୋକାର୍ପଣ କରିଛନ୍ତି।
ଆଜି ଠାରୁ ଉକ୍ତ ଆମ୍ବୁଲାନ୍ସରେ ରୋଗୀମାନେ ବିନା ମୂଲ୍ୟରେ ଡାକ୍ତରଖାନା ଯାଇପାରିବେ ବୋଲି ସାଂସଦ ଘୋଷଣା କରିଛନ୍ତି ।ବାଇଶି ଦିଗଭାଗ ସର୍ବାଧିକାରୀ ସୁବାଷ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଚୌଦ୍ୱାର କଟକ ର ପୂର୍ବତନ ବିଧାୟକ ଡ଼ଃ ପ୍ରଭାତ ରଞ୍ଜନ ବିଶ୍ୱାଳ, ଇଂ ପ୍ରଦୀପ୍ତ ବେହେରା, କର୍ପୋରେଟର ଅରବିନ୍ଦ ଜେନା, ଟ୍ରଷ୍ଟର ଉପଦେଷ୍ଟା ଡ଼ଃ ବିପିନ ଭୋଳ ପ୍ରମୁଖ ଯୋଗ ଦେଇ ଟ୍ରଷ୍ଟ କର୍ମକର୍ତାଙ୍କୁ ପ୍ରଶଂସା କରିବା ସହିତ ସାଂସଦଙ୍କୁ ଧନ୍ୟବାଦ ଜଣାଇଥିଲେ। ଆମ୍ବୁଲାନ୍ସ ଆସିଗଲେ ସେବା ହେବ ନାହିଁ, ବରଂ ଏହାକୁ ସେବା ଉଦ୍ୟଶ୍ୟରେ ସଠିକ ପରିଚାଳନା କରିପାରିଲେ ତାହା ହିଁ ହେବ ଶ୍ରେଷ୍ଠ ସେବା ବୋଲି ମୁଖ୍ୟ ଅତିଥି ସାଂସଦ ଶ୍ରୀ ମହତାବ କହିଥିଲେ।
ଏହି ଆମ୍ବୁଲାନ୍ସଟି ଆଜି ଠାରୁ ଟ୍ରଷ୍ଟର ମୁଖ୍ୟ କାର୍ଯ୍ୟାଳୟ କଲ୍ୟାଣୀ ନଗର ଠାରେ ରହିବ, ଯଦି କୌଣସି ରୋଗୀଙ୍କ ଆବଶ୍ୟକ ପଡେ ତେବେ ଏହି ନମ୍ବର (୭୨୦୫୮୧୦୪୧୭ ଓ ୯୯୩୭୯୪୪୭୨୨) ରେ ଯୋଗାଯୋଗ କରିପାରିବେ ବୋଲି ଟ୍ରଷ୍ଟର ପ୍ରତିଷ୍ଠାତା ଲିପ୍ତିମୟୀ ମହାନ୍ତି, ସଭାପତି ସଂଜୀବ କୁମାର ସ୍ୱାଇଁ ଓ ସମ୍ପାଦକ ମାନସ ମୁଦୁଲି କହିଛନ୍ତି।
