Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ସାଂସଦଙ୍କୁ ଗୋଡାଇ ଗୋଡାଇ ପିଟିଲେ ଲୋକେ,ରାଗିଲେ ମମତା

ସମାଜ 4 months ago

ସମାଜ ଡିଜିଟାଲ ଡେସ୍କ :ତୃଣମୂଳ କଂଗ୍ରେସ ସାଧାରଣ ସମ୍ପାଦକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଆକ୍ରମଣ ଘଟଣାରେ ଜୋରଦାର ହୋଇଛି ରାଜନୀତି। ହସପିଟାଲ ଯାଇ ଅଭିଷେକଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ସହିତ ଘଟଣା ପାଇଁ ବିଜେପି ସରକାରକୁ ସମାଲୋଚନା କରିଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ।

ମମତା କହିଛନ୍ତି, ଅଭିଷେକଙ୍କୁ ହସପିଟାଲରେ ଭର୍ତ୍ତି ନ କରିବା ପାଇଁ କ୍ଷମତା ଥିବା ଲୋକ ହସପିଟାଲ ଓ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଧମକ ଦେଇଛନ୍ତି। ଡାକ୍ତରମାନେ ମଧ୍ୟ ଚାପରେ ଥିବା ସେ ଅଭିଯୋଗ କରିଥିବାବେଳେ ଏ ସବୁକୁ ଖଣ୍ଡନ କରି ବିଜେପି କହିଛି, ଏହା କୌଣସି ରାଜନୈତିକ ଆକ୍ରମଣ ନୁହେଁ। ସ୍ଥାନୀୟ ଲୋକଙ୍କ ପାଖରେ ମୌଳିକ ସୁବିଧା ନଥିବାରୁ ସେମାନେ କ୍ରୋଧ ପ୍ରକାଶ କରିଛନ୍ତି।

ବର୍ଷ ବର୍ଷ ଧରି ଟିଏମସି ଦ୍ବାରା ପ୍ରତାରିତ ଲୋକେ ଏଭଳି କ୍ରୋଧ ଦେଖାଇଛନ୍ତି। ଗତକାଲି ପଶ୍ଚିମବଙ୍ଗର ସୋନାରପୁର ଦକ୍ଷିଣ ଗସ୍ତ ସମୟରେ ଅଭିଷେକଙ୍କ ଉପରେ ହମଲା ହୋଇଥିଲା। ତାଙ୍କୁ ମାଡ଼ ମରାଯିବା ସହ ପଥର ମାଡ କରାଯିବା ଘଟଣା ସାମ୍ନାକୁ ଆସିଥିଲା। କିଛି ଲୋକ ବାଡ଼ିରେ ମଧ୍ୟ ଗୋଡ଼ାଇ ଗୋଡ଼ାଇ ପିଟିଥିବା କୁହାଯାଉଛି। ପରିସ୍ଥିତି ଏପରି ହୋଇଥିଲା ଯେ, ଅଭିଷେକଙ୍କୁ ହେଲମେଟ୍ ପିନ୍ଧାଇ ଏସ୍କର୍ଟ କରି ନେଇଥିଲେ ସୁରକ୍ଷାକର୍ମୀ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia