ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅଞ୍ଚଳ କିଆପଡା ଗ୍ରାମରେ ଘଟି ଯାଇଛି ଏକ ଅମାନବୀୟ ଘଟଣା। ଶାଳୀଙ୍କ ସ୍ୱାମୀ ସହ ଝଗଡା କାରଣରୁ ଘରେ ନିଆଁ ଲାଗିଲା ଭିଣୋଇ।
ଘଟଣା ଅନୁସାରେ ଗ୍ରାମର ମଙ୍ଗୁଳି କାରୁଆଙ୍କ ଘର ପୋଡି ଦେଇଛି ଅଭିଯୁକ୍ତ ଭିଣୋଇ। ଅଭିଯୁକ୍ତ ଜଣକ ହେଉଛନ୍ତି ସଦର ଥାନା ସଦରପଡାର ଦେବ ମୁଣ୍ଡା(୪୩)।
ଘଟଣାରେ ତା’ଙ୍କୁ ଆଜି ତୁରୁମୁଙ୍ଗା ଥାନା ଏସ.ଆଇ. ସୁରେଶ ଚନ୍ଦ୍ର ସାହୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସୂଚନାଯୋଗ୍ୟ ଗତ ରବିବାର ଦେବ ମୁଣ୍ଡା ଶାଳୀ ଘରକୁ ଆସିଥିଲେ। କୌଣସି କାରଣରୁ ଶାଳୀଙ୍କ ସ୍ୱାମୀ ମଙ୍ଗୁଳିଙ୍କ ସହ ତାଙ୍କର ଝଗଡା ହୋଇଥିଲା। ତେବେ ସେହି ରାତିରେ ମଙ୍ଗୁଳିଙ୍କ ଘର ପୋଡି ଯିବାରୁ ଦେବଙ୍କୁ ଏଥିପାଇଁ ସନ୍ଦେହ କରା ଯାଉଛି।
