Saturday, 21 Sep, 1.15 pm ସମାଜ

ବାଲେଶ୍ଵର
ଶିକ୍ଷୟିତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବଲେଶ୍ୱର: ବଲେଶ୍ୱର ଜିଲା ପଞ୍ଚନିବାଗ ପ୍ରାଇମେରୀ ସ୍କୁଲରେ ଥିବା ଶିକ୍ଷୟିତ୍ରୀଙ୍କ ଘରେ ଶନିବାର ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶିକ୍ଷୟିତ୍ରୀ ମଞ୍ଜୁଶ୍ରୀ ନାୟକ ଘର ସମେତ ୪ଟି ଜାଗାରେ ଚଢାଉ କରାଯାଇଛି । ତାଙ୍କ ନାମରେ ଥିବା ୪ ମହଲା କୋଠାଘର, ବିକାଶ ନଗରରେଥିବା ତାଙ୍କ ପୁତୁରାଙ୍କ ଘର, ନିଜ ଶାଶୁ ଘର ଏବଂ ଗୁଡିପାହିରେ ଥିବା ସ୍ୱାମୀଙ୍କ ଚିଙ୍ଗୁଡି ଫାର୍ମରେ ଏକା ସାଙ୍ଗରେ ଭିଜଲାନ୍ସ ଚଢାଉ କରିଛି ।

Dailyhunt
Disclaimer: This story is auto-aggregated by a computer program and has not been created or edited by Dailyhunt. Publisher: The Samaja Odia
Top