Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଶିଶୁ ଶ୍ରମିକ ନିଷେଧ ଓ ନିୟନ୍ତ୍ରଣ ସଚେତନତା

ସମାଜ 13 hrs ago

ବାଣପୁର : ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶ୍ରମ ବିଭାଗ ମିଳିତ ପ୍ରୟାସରେ ଶିଶୁ ଶ୍ରମିକ ଉଦ୍ଧାର ହୋଇଛନ୍ତି। ଥଇଥାନ ତଥା ପୁନର୍ବାସ ଓ କିଶୋର ଶ୍ରମିକଙ୍କ ସେବା ନିୟନ୍ତ୍ରଣ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ବାଲୁଗାଁ ସହ ଶ୍ରମ ଅଧିକାରୀ ସୌମ୍ୟରଞ୍ଜନ କରଙ୍କ ନେତୃତ୍ୱରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏଥିସହିତ ଏକ ସ୍ୱତନ୍ତ୍ର ଟାସ୍କଫୋର୍ସ ଟିମ ଗଠନ କରି ସମ୍ପୃକ୍ତି ଅଞ୍ଚଳରେ ଶିଶୁ ଶ୍ରମିକ ଚିହ୍ନଟ ଏବଂ ଉଦ୍ଧାର ନିମିତ୍ତ ଅଚାନକ ଚଢ଼ାଉ କରାଯାଇଥିଲା। ଏହି ସଂଯୁକ୍ତ ଟାସ୍କଫୋର୍ସରେ ବାଲୁଗାଁ ସହକାରୀ ଶ୍ରମ ଅଧିକାରୀଙ୍କ ସମେତ ରୁଚିକା ଏନଜିଓ କାର୍ଯ୍ୟକର୍ତ୍ତା ଓ ବାଲୁଗାଁ ଥାନା ପୁଲିସ୍ କର୍ମଚାରୀମାନେ ସାମିଲ ଥିଲେ। ଏହି ଅଭିଯାନରେ ବାଲୁଗାଁ ଓ ବାଣପୁର ଅଞ୍ଚଳର ବିଭିନ୍ନ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଯଥା ଗ୍ୟାରେଜ, ଢାବା, ହୋଟେଲ, ସପିଙ୍ଗ ମଲ ଇତ୍ୟାଦିରେ ଚଢ଼ାଉ କରିବାସହ ସଚେତନତା କରାଯାଇଥିଲା। ଏହି ସ୍ୱତନ୍ତ୍ର ଚଢ଼ାଉ ସମୟରେ ବାଲୁଗାଁ ମାଛ ମାର୍କେଟ ଅଞ୍ଚଳରୁ ଜଣେ ଶିଶୁ ଶ୍ରମିକ ନିୟୋଜିତ ହୋଇଥିବା ପରିଲକ୍ଷିତ ହେବା ପରେ ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଖୋର୍ଦ୍ଧା ଶିଶୁ କଲ୍ୟାଣ କମିଟିକୁ ହସ୍ତାନ୍ତର କରାଯାଇ ଥିବାବେଳେ ସମ୍ପୃକ୍ତ ମାଲିକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବାଲୁଗାଁ ସହ ଶ୍ରମ ଅଧିକାରୀ ଶ୍ରୀ କର ସୂଚନା ଦେଇଛନ୍ତି। ସମ୍ପୃକ୍ତ ଶିଶୁ ଶ୍ରମିକ ଜଣକ ବାଲୁଗାଁ ସାମନ୍ତରାପୂର ସାହିର ରାକେଶ ବେହେରା (୧୪) ଓ ମାଲିକ ମୁସଲିମ ସାହିର ସାବିର ଉଦ୍ଦିନ ଅହମ୍ମଦ ବୋଲି ଜଣାପଡ଼ିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia