Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଶ୍ରାବଣରେ ୯ ଘଣ୍ଟା ଉପବାସ ଲିଙ୍ଗରାଜ

ସମାଜ 2 weeks ago

ଭୁବନେଶ୍ୱର : ଶ୍ରାବଣରେ ପବିତ୍ର ସୋମବାରରେ ୯ ଘଣ୍ଟା ଉପବାସ ରହିଲେ ପ୍ରଭୁ ଲିଙ୍ଗରାଜ। ଦୀର୍ଘ ୯ ଘଣ୍ଟା ପରେ ଲିଙ୍ଗରାଜ ମନ୍ଦିରରେ ସ୍ବାଭବିକ ହେଲା ନୀତିକାନ୍ତି। ପୂଜାପଣ୍ଡା ସେବାୟତଙ୍କ ସହ ଆଲୋଚନା ପରେ ନୀତିକାନ୍ତି ସ୍ବାଭବିକ ହେବା ନେଇ ଭୁବନେଶ୍ବର ଏଡିଏମ ସୂଚନା ଦେଇଛନ୍ତି। ସେ କହିଛନ୍ତି ପୂଜାପଣ୍ଡା ସେବାୟତଙ୍କ ବିଭିନ୍ନ ଅଭିଯୋଗ ଶୁଣିଲୁ' -'ପରବର୍ତ୍ତୀ ଟ୍ରଷ୍ଟ ବୋର୍ଡ ବୈଠକରେ ସେମାନଙ୍କ ବାବଦରେ ନିଷ୍ପତ୍ତି ନିଆଯିବ।

୯ଘଣ୍ଟା ପରେ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ସ୍ବାଭାବିକ ହେଲା। ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ବିଧାୟକ ପୂଜାପଣ୍ଡା ସେବାୟତଙ୍କୁ ମନାଇବା ପରେ ମଧ୍ୟାହ୍ନ ୧୨ଟାରେ ମଙ୍ଗଳ ଆଳତି ଓ ଅବକାଶ ନୀତି କରାଯାଇ ଥିଲା।


ଅନ୍ୟ ପଟେ ଶ୍ରାବଣ ସୋମବାର ଅବସରରେ ସକାଳୁ ସକାଳୁ ଶ୍ରୀଲିଙ୍ଗରାଜଙ୍କ ବିନା ନୀତିରେ କାଉଡ଼ିଆ ଭକ୍ତ ଦିଅଁଙ୍କୁ ଜଳଲାଗି କରିଛନ୍ତି। ପୂଜାପଣ୍ଡା ନିଯୋଗ ପ୍ରଶାସନ ନିଷ୍ପତ୍ତି ମାନିନଥିଲା ଫଳରେ ଏତେ ବଡ ଦିନରେ ଦିଅଁ ଉପବାସ ରହିଥିଲେ। ଶ୍ରାବଣ ପ୍ରଥମ ସୋମବାରରେ ଏକାମ୍ର କ୍ଷେତ୍ରରେ ଶ୍ରୀ ଲିଙ୍ଗରାଜଙ୍କୁ ଜଳ ଲାଗି କରିବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା।

ମଙ୍ଗଳ ଏବଂ ରାହୁଙ୍କ ନବ ପଞ୍ଚମ ଯୋଗ; ଏହି ରାଶି ହେବେ ଭାଗ୍ୟଶାଳୀ..

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia