Dailyhunt

ତୈଳ କମ୍ପାନୀମାନଙ୍କ ସହ ଯୋଗାଣ ମନ୍ତ୍ରୀଙ୍କ ଗୁରୁତ୍ଵପୂର୍ଣ୍ଣ ବୈଠକ

ସମାଜ 2 weeks ago

ଭୁବନେଶ୍ଵର:ତୈଳ କମ୍ପାନୀମାନଙ୍କ ସହ ଯୋଗାଣ ମନ୍ତ୍ରୀଙ୍କ ଗୁରୁତ୍ଵପୂର୍ଣ୍ଣ ବୈଠକ। ଲୋକସେବା ଭବନରେ ସମୀକ୍ଷା ବୈଠକ କରୁଛନ୍ତି ଯୋଗାଣ ମନ୍ତ୍ରୀ । ଏହି ବୈଠକରେ ନଜର ଉନ୍ନୟନ ମନ୍ତ୍ରୀ, ଯୋଗାଣ ବିଭାଗର ସଚିବ ଉପସ୍ଥିତ ଅଛନ୍ତି। ତୈଳ କମ୍ପାନୀର ଅଧିକାରୀମାନଙ୍କୁ ନେଇ ଚାଲିଛି ବୈଠକ।

ତୈଳ କମ୍ପାନୀଙ୍କ ସହ ବୈଠକ ପରେ ଯୋଗାଣ ମନ୍ତ୍ରୀଙ୍କ ବଡ ସୂଚନା।

ସହରାଞ୍ଚଳରେ ୩ମାସ ମଧ୍ୟରେ ପିଏନଜି ସଂଯୋଗ ପାଇଁ କୁହାଯାଇଛି। ଯେଉଁମାନେ ପିଏନଜି ସଂଯୋଗ ପାଇଛନ୍ତି ସେମାନଙ୍କୁ ଏଲପିଜି ମିଳିବନି।ସ୍ଥାୟୀ ବାସିନ୍ଦାଙ୍କ ସହ ଭଡାରେ ରହୁଥିବା ବ୍ୟକ୍ତି ବି ପିଏନଜି ସୁବିଧା ପାଇପାରିବେ। ଗ୍ରାମଞ୍ଚଳ ପାଇଁ ଏଲପିଜି ସିଲିଣ୍ତର ଯୋଗାଣ ପୂର୍ବପରି ଜାରି ରହିବ। ଗ୍ୟାସ କଳାବଜାରୀ ରୋକିବାକୁ ଇ-କେଓ୍ବାସି ବ୍ୟବସ୍ଥା ଆପଣାଯିବ। ଇ-କେଓ୍ବାସି ସରିଗଲେ କେହି ଆଉ କାହା ନାଁରେ ଗ୍ୟାସ ନେଇପାରିବେ ନାହିଁ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia