Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ତାମିଲନାଡୁରୁ ଫେରିଲେ କେନ୍ଦୁଝର ଶ୍ରମିକ

ସମାଜ 1 week ago

କେନ୍ଦୁଝର: ତାମିଲନାଡୁ ରାଜ୍ୟ ତିରୁଭାଲ୍ଲୁର ଜିଲା ଅନ୍ତର୍ଗତ ପେରୀୟାପାଲ୍ୟମ ଅଂଚଳରେ ଥିବା ସାମୁଦ୍ରିକ ଖାଦ୍ୟ (ଚିଙ୍ଗୁଡି) ପ୍ରକ୍ରିୟାକରଣ କାରଖାନାରେ କେନ୍ଦୁଝରର ୧୩ଜଣ ଶ୍ରମିକ ମୃତ୍ୟୁବରଣ କରିଛନ୍ତି । ଏହି ଘଟଣା ପରେ ଶନିବାର ପୁଣି ୧୦ ଜଣ ଶ୍ରମିକ ଘରକୁ ଫେରିଛନ୍ତି । ଭୁବନେଶ୍ୱର ରୁ ସ୍ୱତନ୍ତ୍ର ଗାଡିରେ କେନ୍ଦୁଝର ଫେରିଛନ୍ତି ।

ପୂର୍ବରୁ ଜୁନ ମାସ ୨୭ ତାରିଖରେ ୫୮ଜଣ ଶ୍ରମିକ କେନ୍ଦୁଝର ଫେରିଥିଲେ । ଶନିବାର ଫେରିଥିବା ଶ୍ରମିକ ମଧ୍ୟରୁ ବାଂଶପାଳ ବ୍ଲକର ୭ଜଣ,ତେଲକୋଇ ବ୍ଲକର ଜଣେ ଏବଂ ହରିଚନ୍ଦନପୁର ବ୍ଲକର ୨ଜଣ ଶ୍ରମିକ ଫେରିଛନ୍ତି । ବାଂଶପାଳ ବ୍ଲକ କୋଡିପଶା ଗ୍ରାମର ଗୁରୁବାରୀ ଜୁଆଙ୍ଗ,ଅଞ୍ଜଳୀ ଜୁଆଙ୍ଗ,ସ୍ୱରସ୍ୱତୀ ଜୁଆଙ୍ଗ,ରିଙ୍କି ଜୁଆଙ୍ଗ,ପଦ୍ମିନୀ ଜୁଆଙ୍ଗ,ଅଞ୍ଜଳୀ ଅଧିକାରୀ,ବାଂଶପାଳ ବ୍ଲକ କାଞ୍ଜିପାଣି ଥାନା ବୁଢିଘର ଗ୍ରାମର ରଞ୍ଜିତା ଜୁଆଙ୍ଗ,ତେଲକୋଇ ବ୍ଲକ ରଙ୍ଗମାଟିଆ ଗ୍ରାମର ରବି ଜୁଆଙ୍ଗ,ହରିଚନ୍ଦନପୁର ବ୍ଲକ କହ୍ନେଇଗୋଳା ଗ୍ରାମର ଯମୁନା ଜୁଆଙ୍ଗ,ଖଜୁରୀବାଣୀ ଗ୍ରାମର ଗୁଲି ଜୁଆଙ୍ଗ । ସୂଚନାଯୋଗ୍ୟଯେ,ଏହି ଶ୍ରମିକ ମାନେ ୬ ମାସ ତଳେ ତାମିଲନାଡୁ ଯାଇ ଏକ ଚିଙ୍ଗୁଡି ଫାକ୍ଟ୍ରିରେ କାମ କରୁଥିଲେ । ମୃତ ଏବଂ ଆହତ ଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଶ୍ରମିକ ଥିବାରୁ ସେମାନଙ୍କୁ କିଭଳି ବିପଦପୂର୍ଣ୍ଣ କାମରେ ନିୟୋଜିତ କରାଯାଇଥିଲା । କେନ୍ଦୁଝର ଜିଲାରୁ ଏତେ ସଂଖ୍ୟାରେ ଶ୍ରମିକ ବାହାର ରାଜ୍ୟକୁ ଗଲେ ତାହାର ସୂଚନା ଜିଲ୍ଲା ପ୍ରଶାସନ କିମ୍ବା ଶ୍ରମ ବିଭାଗ ଜାଣି ପାରିଲେ ନାହିଁ ତାହା ଆଶ୍ଚର୍ଯ୍ୟର ବିଷୟ ହୋଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia