Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ତିବ୍ଦତରେ ୭.୦ ତୀବ୍ରତାର ଭୂକମ୍ପ

ସମାଜ 8 hrs ago

ସମାଜ ଡେସ୍କ: ଗୁରୁବାର ତିବ୍ଦତରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୦ ଥିବା ଜଣାପଡିଛି । ତେବେ କ୍ଷୟକ୍ଷତିର ଖବର ଏଯାଏ ହସ୍ତଗତ ହୋଇପାରିନାହିଁ । କିନ୍ତୁ ଏହଦ୍ୱାରା ହିମାଳୟ ପାର୍ବତୀୟ ଅଞ୍ଚଳର ପରିବେଶ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡିବା ଆଶଙ୍କା ପ୍ରକାଶ ପାଇଛି । ବିଶେଷ କରି ଏହା ଏକ ବରଫାବୃତ୍ତ ଅଞ୍ଚଳ ହୋଇଥିବାରୁ ହୀମସ୍ଖଳନ ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଗତ ଅଗଷ୍ଟ ୨୧ ତାରିଖରେ ନେପାଳ-ତିବ୍ଦତ ସୀମାରେ ଏପରି ହୀମସ୍ଖଳନ ଯୋଗୁ ଆସିଥିବା ପ୍ରଳୟଙ୍କକରୀ ବନ୍ୟାରେ ୧୦୦୦ରୁ ଊର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଥିବା ବେଳେ ବହୁ ଘରଦ୍ୱାରା ମାଟିରେ ମିଶି ଯାଇଥିଲା ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia