Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଟିଏମ୍‌ସିର ମୁଖିଆ!;ଉଭୟ ପକ୍ଷର ଜବାବ ଲୋଡ଼ିଲେ ଇସି

ସମାଜ 3 months ago

ନୂଆଦିଲ୍ଲୀ:ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ମୁଖିଆ କିଏ? କାହାର ନେତୃତ୍ବରେ ଦଳ ଚାଲୁଛି? ଏହିସବୁ ଦ୍ବନ୍ଦ୍ବ ମଧ୍ୟରେ ଭାରତର ନିର୍ବାଚନ ଆୟୋଗ (ଇସି) ଉଭୟ ପକ୍ଷ ଠାରୁ ଜବାବ ଲୋଡିଛନ୍ତି। ମମତା ବାନାର୍ଜୀଙ୍କ ନେତୃତ୍ବରେ ଗୋଟିଏ ଗୋଷ୍ଠୀ ପରିଚାଳିତ ହେଉଥିବାବେଳେ ଆଉ ଗୋଟିଏ ଋତବ୍ରତ ବାନାର୍ଜୀଙ୍କ ନେତୃତ୍ବରେ ପରିଚାଳିତ ହେଉଛି।

ମେ ୨୨ ତାରିଖରେ ଋତବ୍ରତଙ୍କ ଦ୍ବାରା ପରିଚାଳିତ ଗୋଷ୍ଠୀ ଅରୂପ ରାୟଙ୍କୁ ଦଳର ସଭାପତି ନିର୍ବାଚନ କରିଥିଲା। ଏହା ସହିତ ଦଳର ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାଙ୍କ ନାମ ଘୋଷଣା କରି ଏହାର ତାଲିକା ଇସିଙ୍କୁ ପ୍ରଦାନ କରିଥିଲା। ଗତ ୩ ବର୍ଷ ମଧ୍ୟରେ ଟିଏମ୍‌ସିରେ ସଂଗଠନ ନିର୍ବାଚନ ଅନୁଷ୍ଠିତ ହୋଇନଥିବା ବେଳେ ଜାତୀୟ କାର୍ଯ୍ୟକାରିଣୀ କମିଟି ବୈଠକ ୨୦୨୨ରେ ଶେଷ ଥର ପାଇଁ ଅନୁଷ୍ଠିତ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଋତବ୍ରତଙ୍କ ଗୋଷ୍ଠୀ ତରଫରୁ ସାଂଗଠନିକ ନିର୍ବାଚନ କରା ଯାଇ ନୂତନ ପଦାଧିକାରୀଙ୍କ ନାମ ଘୋଷଣା ହୋଇଥିଲା। ତାଙ୍କ ଗୋଷ୍ଠୀକୁ ପ୍ରକୃତ ଟିଏମ୍‌ସି ବୋଲି ମାନ୍ୟତା ପ୍ରଦାନ କରିବାକୁ ଋତବ୍ରତ ଇସିଙ୍କ ନିକଟରେ ଦାବି କରିଥିଲେ।

ଅନ୍ୟପକ୍ଷରେ ମମତା ବାନାର୍ଜୀଙ୍କ ଗୋଷ୍ଠୀ ତରଫରୁ ଇସି ନିକଟକୁ ଏକ ପତ୍ର ଲେଖାଯାଇ ଦଳର ନୂତନ ପଦାଧିକାରୀଙ୍କ ତାଲିକା ପଠାଯାଇଥିଲା। ମମତାଙ୍କ ନେତୃତ୍ବାଧୀନ ଗୋଷ୍ଠୀ ପ୍ରକୃତ ଟିଏମ୍‌ସି ବୋଲି ପତ୍ରରେ ଦାବି କରାଯାଇଥିଲା। ଏପରି କି ମମତାଙ୍କ ଗୋଷ୍ଠୀ ଋତବ୍ରତଙ୍କ ଗୋଷ୍ଠୀର ନିର୍ବାଚିତ ନୂଆ ଅଧ୍ୟକ୍ଷ ଓ ଅନ୍ୟ କର୍ମକର୍ତ୍ତାଙ୍କୁ ଦଳରୁ ବହିଷ୍କାର କରିଥିଲା। ଏ ପରିସ୍ଥିତିରେ ଟିଏମସିର ନେତା କିଏ ତାକୁ ନେଇ ଇସି ଦ୍ବନ୍ଦ୍ବରେ ପଡିଥିବାରୁ ଉଭୟ ପକ୍ଷ ଠାରୁ ଜବାବ ଲୋଡିବା ପୂର୍ବକ ନୋଟିସ ଜାରି କରିଛନ୍ତି। ଜୁଲାଇ ୨୬ ତାରିଖ ସୁଦ୍ଧା ଉଭୟ ପକ୍ଷକୁ ନିଜର ଜବାବ ଦାଖଲ କରିବାକୁ କୁହାଯାଇଛି। ଜବାବ ଆଧାରରେ ଇସି ନିର୍ଦ୍ଧାରଣ କରିବେ ଯେ ଦଳରେ ବିଭାଜନ ହୋଇଛି କି ନାହିଁ। ଏହା ପରେ ଇସି ନିଷ୍ପତ୍ତି ନେବେ ଯେ କେଉଁ ଗୋଷ୍ଠୀ ଅସଲି ଟିଏମସି ଓ କାହା ପାଖରେ ଦଳର ନାମ ଓ ଚିହ୍ନ ରହିବ। ଆଗକୁ ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବାର ଅଛି। ତେଣୁ ଏହି ଉପନିର୍ବାଚନ ପୂର୍ବରୁ ଟିଏମସି ବିବାଦର ସମାଧାନ କରାଯିବ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia