Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଟ୍ରଲର ପିକଅପ ଧକ୍କା: ଜଳିଗଲା ୩ ଗାଡି

ସମାଜ 1 week ago

ବାନୀପାଟଣା/ଧର୍ମଗଡ଼:କଳାହାଣ୍ଡି ନବରଙ୍ଗପୁର ସୀମାନ୍ତ ଆମପାଣି ଘାଟିରେ ଶନିବାର ବିଳମ୍ବିତ ରାତିରେ ଟ୍ରଲର ଓ ପିକଅପ ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଉଭୟ ଗାଡ଼ିରେ ନିଆଁ ଲାଗି ସମ୍ପୂର୍ଣ ପୋଡ଼ି ଯାଇଥିବା ବେଳେ ଟ୍ରଲର ରେ ଥିବା ଜେସିବି ମଧ୍ୟ ଜଳିଯାଇଛି। ଏଥିସହିତ ପିକଅପ୍ ରେ ଥିବା ଅସଂଖ୍ୟ କୁକୁଡ଼ା ମଧ୍ୟ ଜଳି ଯାଇଛନ୍ତି।

ସୌଭାଗ୍ୟକୁ ଦୁର୍ଘଟଣାରେ ୨ ଟି ଯାକ ଗାଡ଼ିର ଡ୍ରାଇଭର ଓ ହେଲ୍ପର ଅଳ୍ପକେ ବର୍ତ୍ତିଯାଇଛନ୍ତି। କୁକୁଡ଼ା ବୋଝେଇ ପିକଅପ ଟି କୋକସରା ପଟୁ ନବରଙ୍ଗପୁର ଯାଉଥିବା ବେଳେ ଏବଂ ଟ୍ରଲର ଟି ନବରଙ୍ଗପୁର ରୁ କଳାହାଣ୍ଡି ପଟକୁ ଆସୁଥିଲା। ଆମପାଣି ଘାଟିର ବିରୀମୁହାଣ ଛକ ରେ ଉଭୟ ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।ଖବର ପାଇ ଆମପାଣି ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ। ପିକଅପ ଡ୍ରାଇଭର ଫେରାର ଥିବା ସୂଚନା ମିଳିଛି। ଆମପାଣି ଥାନା ପୋଲିସ ଘଟଣାର ତଦନ୍ତ କରୁଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samaja Odia