Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୭୪ ବର୍ଷରେ ଚିରବିଦାୟ ନେଲେ ଅଭିନେତା ପ୍ରଦୀପ ରାୱତ

୭୪ ବର୍ଷରେ ଚିରବିଦାୟ ନେଲେ ଅଭିନେତା ପ୍ରଦୀପ ରାୱତ

ଭାରତୀୟ ସିନେମାର ଜଣେ ପ୍ରଭାବଶାଳୀ ଖଳନାୟକ ଭାବେ ପରିଚିତ ପ୍ରଦୀପ ରାୱତ ଆଉ ନାହାନ୍ତି। ୭୪ ବର୍ଷ ବୟସରେ ତାଙ୍କ ପରଲୋକ ଘଟିଛି।

୧୯୫୨ ଜାନୁଆରୀ ୨୧ରେ ଜନ୍ମଗ୍ରହଣ କରିଥିବା ପ୍ରଦୀପ ରାୱତ ଦୀର୍ଘ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଭାରତୀୟ ସିନେମାରେ ସକ୍ରିୟ ଥିଲେ। ପତ୍ନୀ କଲ୍ୟାଣୀ ରାୱତ ଏବଂ ଦୁଇ ସନ୍ତାନଙ୍କୁ ଛାଡ଼ି ସେ ଚିରବିଦାୟ ନେଇଛନ୍ତି।

ହିନ୍ଦୀ ସହ ତେଲୁଗୁ, ତାମିଲ, କନ୍ନଡ, ମାଲାୟାଲମ, ଓଡ଼ିଆ, ବଙ୍ଗଳା, ମରାଠୀ ଓ ନେପାଳୀ ଭାଷାର ଚଳଚ୍ଚିତ୍ରରେ ଅଭିନୟ କରି ସେ ନିଜର ବହୁମୁଖୀ ପ୍ରତିଭାର ପରିଚୟ ଦେଇଥିଲେ।

ପ୍ରଦୀପ ରାୱତଙ୍କ ଅଭିନୟ ଜୀବନର ଆରମ୍ଭ ହୋଇଥିଲା ଟେଲିଭିଜନରୁ। ବି.ଆର୍. ଚୋପ୍ରାଙ୍କ ଐତିହାସିକ ଧାରାବାହିକ ମହାଭାରତ'ରେ ଅଶ୍ୱତ୍ଥାମା ଚରିତ୍ର ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା। ପରେ ସେ ରୂପେଲି ପରଦାକୁ ଆସି ନିଜର ଶକ୍ତିଶାଳୀ ବ୍ୟକ୍ତିତ୍ୱ, ଗମ୍ଭୀର କଣ୍ଠସ୍ୱର ଓ ପ୍ରଭାବଶାଳୀ ସ୍କ୍ରିନ୍ ପ୍ରେଜେନ୍ସ ଯୋଗୁଁ ଖଳନାୟକ ଭୂମିକାରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

ହିନ୍ଦୀ ସିନେମାରେ ସେ 'ଐତବାର', 'ମେରି ଜଙ୍ଗ', 'ଅଗ୍ନିପଥ', 'କୋଏଲା', 'ରାଜକୁମାର', 'ଦେୱାର' ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। କିନ୍ତୁ 'ଲଗାନ'ରେ ଦେବା ସିଂହ ସୋଢ଼ୀ ଏବଂ ୨୦୦୮ର ସୁପରହିଟ୍ 'ଗଜନୀ'ରେ ନିର୍ଦ୍ଦୟ ଖଳନାୟକର ଚରିତ୍ର ତାଙ୍କୁ ସର୍ବାଧିକ ଲୋକପ୍ରିୟତା ଦେଇଥିଲା। ଏହି ଦୁଇଟି ଚରିତ୍ର ଆଜି ମଧ୍ୟ ଦର୍ଶକଙ୍କ ସ୍ମୃତିରେ ଅମର ହୋଇ ରହିଛି।

ତେଲୁଗୁ ସିନେମାରେ ମଧ୍ୟ ପ୍ରଦୀପ ରାୱତଙ୍କ ପ୍ରଭାବ ଥିଲା ଉଲ୍ଲେଖନୀୟ। 'ସେ' ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ପାଇଁ ସେ ଶ୍ରେଷ୍ଠ ଖଳନାୟକ ବର୍ଗରେ ଫିଲ୍ମଫେୟାର ପୁରସ୍କାର ପାଇଥିଲେ। ପରବର୍ତ୍ତୀ ସମୟରେ 'ୱାଲଟେୟାର ବୀରାୟା', 'ଗୟାପଡ୍ଡା ସିଂହମ୍' ସମେତ ଅନେକ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ସେ ନିଜର ଦମଦାର ଅଭିନୟ ଜାରି ରଖିଥିଲେ।

ପ୍ରଦୀପ ରାୱତଙ୍କ ବିଶେଷତା ଥିଲା, ସେ କେବଳ ଖଳନାୟକର ଭୂମିକାରେ ଭୟ ସୃଷ୍ଟି କରୁନଥିଲେ, ବରଂ ପ୍ରତ୍ୟେକ ଚରିତ୍ରକୁ ନିଜର ଅଭିନୟ ଶୈଳୀରେ ସ୍ମରଣୀୟ କରିଦେଉଥିଲେ। ତାଙ୍କ ଅଭିନୟରେ ଥିଲା ଗମ୍ଭୀରତା, ଶକ୍ତି ଓ ସ୍ୱାଭାବିକତା, ଯାହା ତାଙ୍କୁ ଅନ୍ୟ ଖଳନାୟକମାନଙ୍କଠାରୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା।

ପ୍ରଦୀପ ରାୱତଙ୍କ ବିୟୋଗ ସହ ଭାରତୀୟ ସିନେମା ଜଣେ ପ୍ରତିଭାବାନ୍ ଅଭିନେତାଙ୍କୁ ହରାଇଛି। ପରଦାରେ ସେ ଖଳନାୟକ ଥିଲେ, କିନ୍ତୁ ନିଜର ନିଖୁଣ ଅଭିନୟ ଯୋଗୁଁ ସେ ସବୁବେଳେ ଦର୍ଶକଙ୍କ ପ୍ରିୟ କଳାକାର ହୋଇ ରହିବେ। ତାଙ୍କ ଅଭିନୀତ ଚରିତ୍ର ଓ ଚଳଚ୍ଚିତ୍ରଗୁଡ଼ିକ ଆଗାମୀ ପିଢ଼ି ପାଇଁ ତାଙ୍କୁ ସ୍ମରଣୀୟ କରି ରଖିବ।

୧୯୫୨ ଜାନୁଆରୀ ୨୧ରେ ଜନ୍ମଗ୍ରହଣ କରିଥିବା ପ୍ରଦୀପ ରାୱତ ଦୀର୍ଘ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଭାରତୀୟ ସିନେମାରେ ସକ୍ରିୟ ଥିଲେ। ପତ୍ନୀ କଲ୍ୟାଣୀ ରାୱତ ଏବଂ ଦୁଇ ସନ୍ତାନଙ୍କୁ ଛାଡ଼ି ସେ ଚିରବିଦାୟ ନେଇଛନ୍ତି। ହିନ୍ଦୀ ସହ ତେଲୁଗୁ, ତାମିଲ, କନ୍ନଡ, ମାଲାୟାଲମ, ଓଡ଼ିଆ, ବଙ୍ଗଳା, ମରାଠୀ ଓ ନେପାଳୀ ଭାଷାର ଚଳଚ୍ଚିତ୍ରରେ ଅଭିନୟ କରି ସେ ନିଜର ବହୁମୁଖୀ ପ୍ରତିଭାର ପରିଚୟ ଦେଇଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samiksha Odia