Dailyhunt
୯ ପୋଲିସକୁ ଫାଶୀ

୯ ପୋଲିସକୁ ଫାଶୀ

The Samikhsya Odia 3 weeks ago

ତାମିଲନାଡୁ: ପୋଲିସ ହେପାଜତରେ ମୃତ୍ୟୁ ମାମଲାରେ ହାଇକୋର୍ଟ ବଡ ରାୟ ପ୍ରଦାନ କରିଛନ୍ତି। ୬ ବର୍ଷ ତଳର ଚାଞ୍ଚଲ୍ୟକର ସତକୁଲମ ଥାନା ହାଜତରେ ବାପ - ପୁଅ ମୃତ୍ୟୁ ମାମଲାରେ ମଦୁରାଇ ଅତିରିକ୍ତ ଜିଲ୍ଲା ସେସନ କୋର୍ଟ ଐତିହାସିକ ରାୟ ଶୁଣାଇଛନ୍ତି। ଏହି ଘଟଣାରେ ୯ ଜଣ ପୋଲିସ କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି ମାନ୍ୟବର କୋର୍ଟ।

ସୂଚନା ଅନୁଯାୟୀ ୨୦୨୦ ଜୁନ୍ ୧୯ରେ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ସତକୁଲମ ପୋଲିସ ଜୟରାଜ ଏବଂ ବେନିକ୍ସଙ୍କୁ ଗିରଫ କରିଥିଲା। ପୋଲିସ ହେପାଜତରେ ଥାନା ଭିତରେ ସେମାନଙ୍କୁ ଅମାନୁଷିକ ଭାବେ ନିର୍ଯାତନା ଦିଆଯାଇଥିଲା। ପରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କର ମୃତ୍ୟୁ ଘଟିଥିଲା।

ଘଟଣାର ଗମ୍ଭୀରତାକୁ ଦେଖି ସିବିଆଇ ଏହାର ତଦନ୍ତ କରିଥିଲା। ଦୀର୍ଘ ୫ ବର୍ଷର ଶୁଣାଣି ପରେ ପୀଡ଼ିତ ପରିବାରକୁ ନ୍ୟାୟ ମିଳିଛି। ଏହି ଘଟଣାରେ ମୃତ୍ୟୁଦଣ୍ଡ ପାଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ତତ୍କାଳୀନ ଇନ୍ସପେକ୍ଟର, ଦୁଇଜଣ ସବ-ଇନ୍ସପେକ୍ଟର ଏବଂ ୬ ଜଣ କନଷ୍ଟେବଳ। ପୀଡିତ ପରିବାରକୁ ୧ କୋଟି ୪୦ ଲକ୍ଷ ତାଙ୍କ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିବାବେଳେ ଜରିମାନା ଅନାଦେୟ ହେଲେ ସମ୍ପତ୍ତି ପାଇଁ କୋର୍ଟ କଡା ନିର୍ଦ୍ଦେଶ ଦେଇଛନ୍ତି।

ତାମିଲନାଡୁ: ପୋଲିସ ହେପାଜତରେ ମୃତ୍ୟୁ ମାମଲାରେ ହାଇକୋର୍ଟ ବଡ ରାୟ ପ୍ରଦାନ କରିଛନ୍ତି। ୬ ବର୍ଷ ତଳର ଚାଞ୍ଚଲ୍ୟକର ସତକୁଲମ ଥାନା ହାଜତରେ ବାପ - ପୁଅ ମୃତ୍ୟୁ ମାମଲାରେ ମଦୁରାଇ ଅତିରିକ୍ତ ଜିଲ୍ଲା ସେସନ କୋର୍ଟ ଐତିହାସିକ ରାୟ ଶୁଣାଇଛନ୍ତି। ଏହି ଘଟଣାରେ ୯ ଜଣ ପୋଲିସ କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି ମାନ୍ୟବର କୋର୍ଟ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samiksha Odia