Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆରଏସଏସ ତରଫରୁ ବାଣପୁରରେ ରକ୍ଷା ବନ୍ଧନ ଉତ୍ସବ ପାଳିତ

ଆରଏସଏସ ତରଫରୁ ବାଣପୁରରେ ରକ୍ଷା ବନ୍ଧନ ଉତ୍ସବ ପାଳିତ

ବାଣପୁର: ଆଜି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ବାଣପୁର ଖଣ୍ଡ ତରଫରୁ ସ୍ଥାନୀୟ ରଙ୍କନାଥ ଦେବ ମନ୍ଦିର ପରିସରରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷା ଅଧିକାରୀ ଡ଼ ଚିନ୍ତାମଣି ମିଶ୍ର ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଖଣ୍ଡ କାର୍ଯ୍ୟବାହ ପ୍ରଶାନ୍ତ ସୁପକାର ଯୋଗ ଦେଇଥିଲେ।

ଏହି ଅବସରରେ ହିନ୍ଦୁ ସଂସ୍କୃତିରେ ରକ୍ଷା ବନ୍ଧନର ମହତ୍ୱ ବିଷୟରେ ଅତିଥି ମାନେ ଆଲୋକପାତ କରିବା ସହ ଆରଏସଏସ ର ନିସ୍ଵାର୍ଥପର ରାଷ୍ଟ୍ର ସେବା ସମ୍ବନ୍ଧରେ ଆଲୋଚନା କରିଥିଲେ। ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ସ୍ୱୟଂସେବକ ଏବଂ ଦେଶ ମାତୃକାର ସେବା ନିମନ୍ତେ ସର୍ବଦା ତତ୍ପର ହୋଇ ରହିବା ଜଣେ ସ୍ୱୟଂସେବକର କର୍ତ୍ତବ୍ୟ ବୋଲି ମୁଖ୍ୟ ଅତିଥି କହିଥିଲେ। ଆରଏସଏସ ୧୯୨୫ ମସିହାରୁ ଭାରତବର୍ଷରେ ସେବା କାର୍ଯ୍ୟ ଜାରି ରଖିଛି ଏବଂ ଭାରତକୁ ବିଶ୍ୱଗୁରୁ ଭାବେ ଗଢ଼ି ତୋଳିବା ପାଇଁ ପ୍ରଚେଷ୍ଟା ଜାରି ରଖିଥିବାର ମୁଖ୍ୟ ବକ୍ତା କହିଥିଲେ।

ଏହି ଅବସରରେ ବାଣପୁର ଖଣ୍ଡର ଏକାଧିକ ସ୍ୱୟଂସେବକ ଓ ଶୁଭେଚ୍ଛୁ ମାନେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିବା ସହ ପରସ୍ପରକୁ ରାକ୍ଷୀ ବାନ୍ଧିଥିଲେ। ଅନୁରୂପଭାବେ ସଂଘ ପକ୍ଷରୁ ସ୍ଥାନୀୟ ନଗର ବାସିନ୍ଦାଙ୍କୁ ରାଖୀ ବନ୍ଧାଯାଇଥିଲା।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samiksha Odia