Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆସନ୍ତା ୧୦ରେ ବାଲିଯାତ୍ରା ପ୍ଲଟ୍ ପାଇଁ ସ୍ୱତନ୍ତ୍ର ନିଲାମୀ

ଆସନ୍ତା ୧୦ରେ ବାଲିଯାତ୍ରା ପ୍ଲଟ୍ ପାଇଁ ସ୍ୱତନ୍ତ୍ର ନିଲାମୀ

କଟକ: ଐତିହାସିକ ବାଲିଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର ହୋଇଥିବାବେଳେ ଷ୍ଟଲ୍ ଓ ପ୍ଲଟ୍ ଆବଣ୍ଟନ ପ୍ରକ୍ରିୟା ଜାରି ରହିଛି। ଆସନ୍ତା ୧୦ ତାରିଖରେ ଏକ ସ୍ୱତନ୍ତ୍ର ନିଲାମୀ ଅନୁଷ୍ଠିତ ହେବ ଏବଂ ବାକିଥିବା ପ୍ଲଟ୍‌ଗୁଡ଼ିକ ପାଇଁ ପର୍ଯ୍ୟାୟକ୍ରମେ ପଞ୍ଜିକରଣ ଓ ନିଲାମୀ କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଏହାପରେ ୧୧ ଓ ୧୨ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଜିକରଣ କରାଯିବ।

ଏହି ପଞ୍ଜିକରଣ ପରେ ୧୩ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିଲାମୀ ଅନୁଷ୍ଠିତ ହେବ। ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୫୦୦ ପ୍ଲଟ୍‌ର ପଞ୍ଜିକରଣ ଓ ନିଲାମୀ ପ୍ରକ୍ରିୟା ଶେଷ ହୋଇଛି। ଆଉ ପ୍ରାୟ ୩୦୦ ପ୍ଲଟ୍ ବାକି ରହିଛି। ଏହି ପ୍ଲଟ୍‌ଗୁଡ଼ିକର ଆବଣ୍ଟନ ପାଇଁ ଆଗାମୀ ଦିନରେ ନିଲାମୀ ପ୍ରକ୍ରିୟା ଜାରି ରହିବ।

ବାଲିଯାତ୍ରାରେ ଷ୍ଟଲ୍ ଖୋଲିବାକୁ ବ୍ୟବସାୟୀଙ୍କ ମଧ୍ୟରେ ଉତ୍ସାହ ଥିବାବେଳେ ଆଗାମୀ ନିଲାମୀକୁ ନେଇ ମଧ୍ୟ ଆଶା ବଢ଼ିଛି। ଏଥିସହ ଐତିହାସିକ ବାଲିଯାତ୍ରା ଅବସରରେ ଉପର ଓ ତଳ ବାଲିଯାତ୍ରା ପଡ଼ିଆରେ ବିଜ୍ଞାପନ ହୋର୍ଡିଂ ଲଗାଇବା ପାଇଁ ଟେଣ୍ଡର ଆବେଦନ ଦାଖଲର ସମୟସୀମା ବୃଦ୍ଧି କରାଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ସଂଶୋଧିତ ବିଜ୍ଞପ୍ତି ଅନୁଯାୟୀ, ଟେଣ୍ଡର ଆବେଦନ ଦାଖଲର ଶେଷ ତାରିଖ ନଭେମ୍ବର ୯ ତାରିଖ ଦିନ ୧୨ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେହିପରି ପୂର୍ବରୁ ନଭେମ୍ବର ୬ ତାରିଖରେ ହେବାକୁ ଥିବା ଟେଣ୍ଡର ଖୋଲିବା ପ୍ରକ୍ରିୟା ଏବେ ନଭେମ୍ବର ୯ ତାରିଖ ଅପରାହ୍ନ ୨ଟାରେ ଅନୁଷ୍ଠିତ ହେବ। ଚଳିତ ବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା ଆୟୋଜିତ ହେବ। ଏହି ଅବସରରେ ଉଭୟ ଉପର ଓ ତଳ ପଡ଼ିଆରେ ବିଜ୍ଞାପନ ହୋର୍ଡିଂ ଲଗାଇବା ପାଇଁ ଉକ୍ତ ଟେଣ୍ଡର ଆହ୍ୱାନ କରାଯାଇଛି। ତେବେ ମୂଳ ବିଜ୍ଞପ୍ତିର ଅନ୍ୟ ସମସ୍ତ ସର୍ତ୍ତାବଳୀ ଓ ନିୟମ ଅପରିବର୍ତିତ ରହିବ ବୋଲି ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samiksha Odia