Dailyhunt
ଆଉ କିଛି ସମୟର ଅପେକ୍ଷା : ଆସିବ ନିର୍ବାଚନ ଫଳ

ଆଉ କିଛି ସମୟର ଅପେକ୍ଷା : ଆସିବ ନିର୍ବାଚନ ଫଳ

ନୂଆଦିଲ୍ଲୀ : ଆଜି ୪ଟି ରାଜ୍ୟ ଆଉ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ନିର୍ବାଚନୀ ଫଳ ଆସିବ । ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, କେରଳ ଓ ପୁଡୁଚେରୀର ନିର୍ବାଚନ ଫଳ ଉପରେ ସମସ୍ତଙ୍କ ନଜର । ପଶ୍ଚିମବଙ୍ଗରେ ଟିଏମସି ଏବଂ ବିଜେପି ମଧ୍ୟରେ ହାଇଭୋଲଟେଜ୍ ଟକ୍କର, ତାମିଲନାଡ଼ୁରେ ତ୍ରିମୁଖୀ ଲଢେଇ, କେରଳରେ ଏଲଡିଏଫ୍‌ ଓ ୟୁଡିଏଫ୍‌ ମଧ୍ୟରେ ଛକାପଞ୍ଝା ଓ ଆସାମରେ ବିଜେପି-କଂଗ୍ରେସ ମହାସଂଗ୍ରାମ ମଧ୍ୟରେ କିଏ ମାରିବ ବାଜି, ସେ ନେଇ ସମସ୍ତଙ୍କ ନଜର ରହିଛି।

ପଶ୍ଚିମବଙ୍ଗର ଫାଲଟାକୁ ଛାଡ଼ି ୨୯୩ ଆସନ, ତାମିଲନାଡ଼ୁର ୨୩୪ ଆସନ, କେରଳର ୧୪୦, ଆସାମର ୧୨୬ ଓ ପୁଡୁଚେରୀର ୩୦ ଆସନରେ ସକାଳ ୮ଟାରୁ ଭୋଟ ଗଣନା ହେବ। ଏଥିପାଇଁ ନିର୍ବାଚନ ଆୟୋଗ(ଇସି)ଙ୍କ ପକ୍ଷରୁ ଏହି ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ନୂଆଦିଲ୍ଲୀ : ଆଜି ୪ଟି ରାଜ୍ୟ ଆଉ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ନିର୍ବାଚନୀ ଫଳ ଆସିବ । ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, କେରଳ ଓ ପୁଡୁଚେରୀର ନିର୍ବାଚନ ଫଳ ଉପରେ ସମସ୍ତଙ୍କ ନଜର ।
ପଶ୍ଚିମବଙ୍ଗରେ ଟିଏମସି ଏବଂ ବିଜେପି ମଧ୍ୟରେ ହାଇଭୋଲଟେଜ୍ ଟକ୍କର, ତାମିଲନାଡ଼ୁରେ ତ୍ରିମୁଖୀ ଲଢେଇ, କେରଳରେ ଏଲଡିଏଫ୍‌ ଓ ୟୁଡିଏଫ୍‌ ମଧ୍ୟରେ ଛକାପଞ୍ଝା ଓ ଆସାମରେ ବିଜେପି-କଂଗ୍ରେସ ମହାସଂଗ୍ରାମ ମଧ୍ୟରେ କିଏ ମାରିବ ବାଜି, ସେ ନେଇ ସମସ୍ତଙ୍କ ନଜର ରହିଛି।

ପଶ୍ଚିମବଙ୍ଗର ଫାଲଟାକୁ ଛାଡ଼ି ୨୯୩ ଆସନ, ତାମିଲନାଡ଼ୁର ୨୩୪ ଆସନ, କେରଳର ୧୪୦, ଆସାମର ୧୨୬ ଓ ପୁଡୁଚେରୀର ୩୦ ଆସନରେ ସକାଳ ୮ଟାରୁ ଭୋଟ ଗଣନା ହେବ। ଏଥିପାଇଁ ନିର୍ବାଚନ ଆୟୋଗ(ଇସି)ଙ୍କ ପକ୍ଷରୁ ଏହି ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samiksha Odia