Dailyhunt
ଅପ୍ରେଲ ୧୪ ରେ ବାଲୁଗାଁରେ ଅଷ୍ଟଶମ୍ଭୁ ମିଳନ: ପ୍ରସ୍ତୁତି ସମୀକ୍ଷା କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

ଚ଼ିଲିକା: ଚ଼ିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲୁଗାଁର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ଉମାମହେଶ୍ବର ଦେବଙ୍କ ପବିତ୍ର ପୀଠରେ ଆସନ୍ତା ଅପ୍ରେଲ ୧୪-୧୫ ତାରିଖରେ ଅଷ୍ଟଶମ୍ଭୁ ମିଳନ ଉତ୍ସବ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀଙ୍କ ସରକାରୀ ବାସଭବନର ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ଆଇନ ଶୃଙ୍ଖଳା, ଟ୍ରାଫିକ ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା, ଦେବା-ଦେବୀ ମାନଙ୍କ ଆଗମନର ଶୃଙ୍ଖଳା, ନିରବଚ୍ଛିନ୍ନ ବିଦ୍ୟୁତ ସେବା, ପାନୀୟ ଜଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସେବା, ଶ୍ରଦ୍ଧାଳୁ ମାନଙ୍କ ନିରାପତ୍ତା ବ୍ୟବସ୍ଥା, ପରିଷ୍କାର ଓ ପରିଚ୍ଛନ୍ନତା ଆଦି ସମସ୍ତ ବିଷୟରେ ବିସ୍ମୃତ ଭାବେ ଆଲୋଚ଼ନା କରିବା ସହ ଶମ୍ଭୁ ମିଳନ ଉତ୍ସବକୁ ମହାଆଡମ୍ବରରେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ବୈଠକରେ ଚ଼ିଲିକା ତହସିଲଦାର ତଥା ଉମାମହେଶ୍ବର ମନ୍ଦିର ଟ୍ରଷ୍ଟର ସଭାପତି କାହ୍ନୁଚରଣ ଘଡ଼ାଇ, ଟ୍ରଷ୍ଟର ସଦସ୍ୟ ସନ୍ତୋଷ ପାଇକରାୟ, ରଞ୍ଜିତ ବଡ଼ଜେନା‌, ନିରଞ୍ଜନ ସେଠୀ, କାଉନସିଲର ପ୍ରଶାନ୍ତ ବେହେରାଙ୍କ ସମେତ ଅନ୍ୟ ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ।

ଚ଼ିଲିକା: ଚ଼ିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲୁଗାଁର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ଉମାମହେଶ୍ବର ଦେବଙ୍କ ପବିତ୍ର ପୀଠରେ ଆସନ୍ତା ଅପ୍ରେଲ ୧୪-୧୫ ତାରିଖରେ ଅଷ୍ଟଶମ୍ଭୁ ମିଳନ ଉତ୍ସବ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀଙ୍କ ସରକାରୀ ବାସଭବନର ସମ୍ମିଳନୀ କକ୍ଷ ଠାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ଆଇନ ଶୃଙ୍ଖଳା, ଟ୍ରାଫିକ ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା, ଦେବା-ଦେବୀ ମାନଙ୍କ ଆଗମନର ଶୃଙ୍ଖଳା, ନିରବଚ୍ଛିନ୍ନ ବିଦ୍ୟୁତ ସେବା, ପାନୀୟ ଜଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସେବା, ଶ୍ରଦ୍ଧାଳୁ ମାନଙ୍କ ନିରାପତ୍ତା ବ୍ୟବସ୍ଥା, ପରିଷ୍କାର ଓ ପରିଚ୍ଛନ୍ନତା ଆଦି ସମସ୍ତ ବିଷୟରେ ବିସ୍ମୃତ ଭାବେ ଆଲୋଚ଼ନା କରିବା ସହ ଶମ୍ଭୁ ମିଳନ ଉତ୍ସବକୁ ମହାଆଡମ୍ବରରେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samiksha Odia