Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବାଇକ୍‌ରେ ପତ୍ନୀଙ୍କ ମୃତଦେହ ବୋହିଲେ ସ୍ୱାମୀ; ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

ବାଇକ୍‌ରେ ପତ୍ନୀଙ୍କ ମୃତଦେହ ବୋହିଲେ ସ୍ୱାମୀ; ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

ଝାରସୁଗୁଡ଼ା: ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ସୁଦୃଢ଼ ହେଉଥିବା ଦାବି ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲାରୁ ଆସିଥିବା ଏକ ଘଟଣା ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ପୁଣି ପ୍ରଶ୍ନ ଉଠାଇଛି। ଶବବାହକ ଗାଡ଼ି ନ ମିଳିବାରୁ ଜଣେ ଅସହାୟ ସ୍ୱାମୀଙ୍କୁ ନିଜ ପତ୍ନୀଙ୍କ ମୃତଦେହ ବାଇକ୍‌ରେ ବୋହି ଘରକୁ ଫେରିବାକୁ ପଡ଼ିଛି। ଏହି ଦୃଶ୍ୟ ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟସେବାର ବାସ୍ତବ ସ୍ଥିତିକୁ ନେଇ ଚର୍ଚ୍ଚା ଜୋର ଧରିଛି।

ସୂଚନା ଅନୁଯାୟୀ, ଲଇକେରା ବ୍ଲକ ଅନ୍ତର୍ଗତ ଭାତଲଇଡ଼ା ପଞ୍ଚାୟତର ଓଡ଼ିଆପାଲି ଗ୍ରାମର ନରେଶ ଛତ୍ରିଆ ଅସୁସ୍ଥ ପତ୍ନୀ ଯମୁନା ଛତ୍ରିଆଙ୍କୁ ଶନିବାର ଭୋର ସମୟରେ ମୁଦ୍ରାଜୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମୃତ୍ୟୁ ପରେ ପରିବାରର ଦୁର୍ଦ୍ଦଶା ଆହୁରି ବଢ଼ିଥିଲା। ନରେଶଙ୍କ ଅଭିଯୋଗ ଅନୁସାରେ, ପତ୍ନୀଙ୍କ ମୃତଦେହ ଘରକୁ ନେବା ପାଇଁ ସେ ଆମ୍ବୁଲାନ୍ସ କିମ୍ବା ଶବବାହକ ଗାଡ଼ି ପାଇଁ ବହୁ ଚେଷ୍ଟା କରିଥିଲେ। ମାତ୍ର କୌଣସି ସହାୟତା ନ ମିଳିବାରୁ ଶେଷରେ ଜଣେ ପଡ଼ୋଶୀଙ୍କ ବାଇକ୍‌ରେ ମୃତଦେହକୁ ବୋହି ଗାଁକୁ ଫେରିବାକୁ ବାଧ୍ୟ ହୋଇଥିଲେ।

ଏହି ଘଟଣା ପରେ ଗ୍ରାମାଞ୍ଚଳରେ ମୌଳିକ ସ୍ୱାସ୍ଥ୍ୟ ସେବା ଏବଂ ମୃତଦେହ ପରିବହନ ପାଇଁ ସରକାରୀ ବ୍ୟବସ୍ଥାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅନେକଙ୍କ ମତରେ, ଏଭଳି ଘଟଣା ଜରୁରୀ ସ୍ୱାସ୍ଥ୍ୟ ସେବାର ଉପଲବ୍ଧତା ଓ କାର୍ଯ୍ୟକାରିତାକୁ ପୁଣିଥରେ ପ୍ରଶ୍ନବିଦ୍ଧ କରୁଛି।

ସ୍ଥାନୀୟ ବାସିନ୍ଦାମାନେ ଘଟଣାର ତଦନ୍ତ କରି ଦାୟୀଙ୍କ ବିରୋଧରେ ପଦକ୍ଷେପ ନେବା ସହ ସମସ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବବାହକ ଗାଡ଼ିର ସ୍ଥାୟୀ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ଏହି ଘଟଣାକୁ ନେଇ ସମ୍ପୃକ୍ତ ସ୍ୱାସ୍ଥ୍ୟ ବିଭାଗ କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍କ୍ଷଣାତ୍ କୌଣସି ପ୍ରତିକ୍ରିୟା ମିଳିନାହିଁ।

ଝାରସୁଗୁଡ଼ା: ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ସୁଦୃଢ଼ ହେଉଥିବା ଦାବି ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲାରୁ ଆସିଥିବା ଏକ ଘଟଣା ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ପୁଣି ପ୍ରଶ୍ନ ଉଠାଇଛି। ଶବବାହକ ଗାଡ଼ି ନ ମିଳିବାରୁ ଜଣେ ଅସହାୟ ସ୍ୱାମୀଙ୍କୁ ନିଜ ପତ୍ନୀଙ୍କ ମୃତଦେହ ବାଇକ୍‌ରେ ବୋହି ଘରକୁ ଫେରିବାକୁ ପଡ଼ିଛି। ଏହି ଦୃଶ୍ୟ ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟସେବାର ବାସ୍ତବ ସ୍ଥିତିକୁ ନେଇ ଚର୍ଚ୍ଚା ଜୋର ଧରିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samiksha Odia