Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ଅପରାହ୍ନରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାୟୁସେନାର ସ୍ବତନ୍ତ୍ର ବିମାନରେ ସେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ତାଙ୍କୁ ରାଜ୍ୟପାଳ ହରିବାବୁ କୁମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସ୍ବାଗତ କରିଥିଲେ। ସେଠାରୁ ରାଷ୍ଟ୍ରପତି କାରକେଡରେ ଲୋକଭବନକୁ ଆସିଥିଲେ।

ସେଠାରେ କିଛି ସମୟ ବିଶ୍ରାମ କରିବା ପରେ କଟକ ଅଭିମୁଖେ ବାହାରିବେ। ସେଠାରେ ଜଗଦଗୁରୁ କୃପାଳୁ ବିଶ୍ବବିଦ୍ୟାଳୟର ଶୁଭ ଉଦଘାଟନ କରିବେ।

ଏହାପରେ ରାଷ୍ଟ୍ରପତି ଭୁବନେଶ୍ବର ଫେରି ଲୋକଭବନରେ ଅବସ୍ଥାନ କରିବେ। ଆସନ୍ତାକାଲି ସକାଳୁ ରାଷ୍ଟ୍ରପତି ସ୍ବତନ୍ତ୍ର ଟ୍ରେନ ମାଧ୍ୟମରେ ବ୍ରହ୍ମପୁର ଗସ୍ତ କରିବେ। ରାଷ୍ଟ୍ରପତି ଯିବା ପାଇଁ ଦଶଟି ବଗି ବିଶିଷ୍ଠ ଟ୍ରେନର ବ୍ୟବସ୍ଥା କରାଯାଇଛି। ସେଥିରେ ରାଷ୍ଟ୍ରପତିଙ୍କ ସହିତ ତାଙ୍କର ଅଧିକାରୀ ଏବଂ ସୁରକ୍ଷା କର୍ମି ରହିବେ। ଏଥିସହିତ ସେହି ଟ୍ରେନ ଆଗରେ ଓ ପଛରେ ସୁରକ୍ଷା ପାଇଁ ଦୁଇଟି ଟ୍ରେନର ବ୍ୟବସ୍ଥା ମଧ୍ୟ କରାଯାଇଛି। ରାଷ୍ଟ୍ରପତି ତପ୍ତପାଣିରେ ମା କନ୍ଧୁଣୀ ଦେବୀଙ୍କ ଦର୍ଶନ କରିବା ସହିତ ପୂଜାଅର୍ଚ୍ଚନା କରିବେ। ରାଷ୍ଟ୍ରପତିଙ୍କ ଗସ୍ତକୁ ଦେଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ଭୁବନେଶ୍ବର: ଆଜି ଅପରାହ୍ନରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାୟୁସେନାର ସ୍ବତନ୍ତ୍ର ବିମାନରେ ସେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ତାଙ୍କୁ ରାଜ୍ୟପାଳ ହରିବାବୁ କୁମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସ୍ବାଗତ କରିଥିଲେ। ସେଠାରୁ ରାଷ୍ଟ୍ରପତି କାରକେଡରେ ଲୋକଭବନକୁ ଆସିଥିଲେ। ସେଠାରେ କିଛି ସମୟ ବିଶ୍ରାମ କରିବା ପରେ କଟକ ଅଭିମୁଖେ ବାହାରିବେ। ସେଠାରେ ଜଗଦଗୁରୁ କୃପାଳୁ ବିଶ୍ବବିଦ୍ୟାଳୟର ଶୁଭ ଉଦଘାଟନ କରିବେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samiksha Odia