Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ

ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ

The Samikhsya Odia 3 weeks ago

ଭୁବନେଶ୍ୱର: ଭୁବନେଶ୍ୱର ଡିସିପି ତଥା ୨୦୧୩ ବ୍ୟାଚ୍‌ର ଆଇପିଏସ ଅଧିକାରୀ ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ ହୋଇଛି। ରାଜ୍ୟ ସରକାର ତାଙ୍କ ଇସ୍ତଫାପତ୍ର ଗ୍ରହଣ କରି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ଜଗମୋହନ ଇସ୍ତଫା ଦେଇଥିଲେ।

୨୦୨୫ ଫେବୃଆରୀରେ ଭୁବନେଶ୍ୱର ଡିସିପି ଭାବେ ଦାୟିତ୍ୱ ନେଇଥିବା ଜଗମୋହନ ପୂର୍ବରୁ କଟକ ଡିସିପି, ଅନୁଗୋଳ ଓ ଗଞ୍ଜାମ ଏସ୍‌ପି ଭାବେ କାର୍ଯ୍ୟ କରିଥିଲେ।

ତେବେ ବାଲିଅନ୍ତା ଭିଡ଼ହିଂସାରେ ସୌମ୍ୟଙ୍କ ମୃତ୍ୟୁ ଘଟଣା ପରେ ତାଙ୍କ ଭୂମିକାକୁ ନେଇ ବିବାଦ ଦେଖାଦେଇଥିଲା। ଏହି ଘଟଣାକୁ ନେଇ ଡିସିପିଙ୍କ ଉପରେ ଚାପ ଥିବା ନେଇ ଚର୍ଚ୍ଚା ହୋଇଥିଲା।

ଆଇପିଏସ ଅଧିକାରୀଙ୍କ ଇସ୍ତଫା ଗ୍ରହଣ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ବକେୟା ଅର୍ଥ, ବିଭାଗୀୟ ତଦନ୍ତ, ଭିଜିଲାନ୍ସ କିମ୍ବା ଅନ୍ୟ ମାମଲା ଭଳି ବିଭିନ୍ନ ଦିଗ ଯାଞ୍ଚ କରାଯାଏ। ଏହାପରେ ଆବଶ୍ୟକ ପ୍ରକ୍ରିୟା ସମ୍ପନ୍ନ କରି ଇସ୍ତଫାପତ୍ର କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଯାଏ। ଅନୁମୋଦନ ପରେ ହିଁ ଇସ୍ତଫା ପ୍ରକ୍ରିୟା ସମ୍ପୂର୍ଣ୍ଣ ହୁଏ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samiksha Odia