Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବିଧବା ମହିଳା ସନ୍ଦେହଜନକ ମୃତ୍ୟୁ: ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିଥିଲା ପୋଲିସ

ବିଧବା ମହିଳା ସନ୍ଦେହଜନକ ମୃତ୍ୟୁ: ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିଥିଲା ପୋଲିସ

The Samikhsya Odia 2 weeks ago

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ରାମଗିରି ଗ୍ରାମ ମୁଖ୍ୟ ରାସ୍ତାରେ ମିତା ସେଠୀ ନାମ୍ନୀ ଜଣେ ମହିଳାଙ୍କୁ ପୋଲିସ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୁଚନା ଅନୁଯାୟୀ ମୃତ ମହିଳାଙ୍କ ସ୍ବାମୀ ବିଭୁତି ସେଠୀଙ୍କର ଗତ ୬ ମାସ ପୁର୍ବରୁ ମୃତ୍ୟୁ ଘଟିଛି। ମିତାଙ୍କର କୌଣସି ପିଲାଛୁଆ ନାହାନ୍ତି, ସେ କେବଳ ଏକାକୀ ଘରେ ରହୁଥିଲେ। ଗତକାଲି ସନ୍ଧ୍ୟାରେ ସେ ଗଳା କଟି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘରେ ପଡ଼ିଥିବା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା। ଥାନା ଅଧିକାରୀ ଓ ଆସ୍କା ଏସ୍ ଡି ପି ଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଅନ୍ୟ ପକ୍ଷରେ ଥାନାରେ କୌଣସି ଅଭିଯୋଗ ହୋଇନାହିଁ ଓ ପୋଲିସ ପକ୍ଷରୁ କେବଳ ତଦନ୍ତ ଆରମ୍ଭ ହୋଇଛି। ସମ୍ପତ୍ତି ଲୋଭରେ କେହି ତାକୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଏହି ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samiksha Odia