Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବ୍ୟର୍ଥ ଗଲା ବୈଭବ ସୂର୍ଯ୍ୟବଂଶୀଙ୍କ ଇନିଂସ୍: ରାଜସ୍ଥାନକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ଗୁଜୁରାଟ

ବ୍ୟର୍ଥ ଗଲା ବୈଭବ ସୂର୍ଯ୍ୟବଂଶୀଙ୍କ ଇନିଂସ୍: ରାଜସ୍ଥାନକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଲା ଗୁଜୁରାଟ

The Samikhsya Odia 2 weeks ago

ନୂଆଦିଲ୍ଲୀ: ଦ୍ୱିତୀୟ କ୍ୱାଲିଫାୟରରେ ଗୁଜରାଟ ଟାଇଟାନ୍ସ ରାଜସ୍ଥାନ ରୟାଲ୍ସକୁ ୭ ୱିକେଟରେ ପରାସ୍ତ କରି ଫାଇନାଲରେ ସ୍ଥାନ ପକ୍କା କରିଥିଲା। ଅଧିନାୟକ ଶୁଭମନ ଗିଲଙ୍କ ଶତକ ଗୁଜୁରାଟର ଏକପାଖିଆ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୨୦ ଓଭରରେ ୬ ୱିକେଟରେ ୨୧୪ ରନ କରିଥିଲା।

ଜବାବରେ ଜିଟି ୧୮.୪ ଓଭରରେ ୩ ୱିକେଟରେ ୨୧୯ ରନ କରି ବିଜୟ ହାସଲ କରିଥିଲା। ଦଳ ପାଇଁ ଗିଲ୍ ସର୍ବାଧିକ ଇନିଂସ ଖେଳିଥିଲେ, ୧୫ ଚୌକା ଏବଂ ୩ ଛକା ସହାୟତାରେ ୫୩ ବଲ୍ ରେ ୧୦୪ ରନ କରିଥିଲେ।

ଗିଲ୍ ସହିତ ଓପନିଂ କରିଥିବା ସାଇ ସୁଦର୍ଶନ ମଧ୍ୟ ଏକ ଚମତ୍କାର ଇନିଂସ ଖେଳିଥିଲେ। ସେ ମଧ୍ୟଏକ ଅର୍ଦ୍ଧଶତକ କରିଥିଲେ। ଦୁଇଜଣ ପ୍ରଥମ ୱିକେଟ ପାଇଁ ୧୬୭ ରନର ଭାଗୀଦାରି (୭୭ ବଲ୍ ରୁ) ସହିତ ଦଳ ପାଇଁ ବିଜୟ ପ୍ରାୟ ନିଶ୍ଚିତ କରିଥିଲେ। ସୁଦର୍ଶନ ୩୨ ବଲ୍‌ରେ ୫୮ ରନ୍ କରିଥିଲେ, ଯେଉଁଥିରେ ୮ ଚୌକା ଏବଂ ୧ ଛକା ଥିଲା। ପୂର୍ବ ମ୍ୟାଚ୍‌ ପରି ସେ ଏହି ମ୍ୟାଚ୍‌ରେ ମଧ୍ୟ ହିଟ୍‌ ୱିକେଟ୍‌ ଦ୍ୱାରା ଆଉଟ୍ ହୋଇଥିଲେ। ଗୁଜରାଟ ଏବେ ଦ୍ୱିତୀୟ ଫାଇନାଲିଷ୍ଟ ହୋଇଛି। ଦଳ ଏବେ ରବିବାର ମଇ ୩୧ ତାରିଖରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଫାଇନାଲ୍ ମ୍ୟାଚ୍ ଖେଳିବ।

ବ୍ୟର୍ଥ ଗଲା ବୈଭବ ସୂର୍ଯ୍ୟବଂଶୀଙ୍କ ଇନିଂସ୍:

ରାଜସ୍ଥାନ ଅଧିନାୟକ ରିୟାନ୍ ପରାଗ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ୧୫ ବର୍ଷୀୟ ଓପନର୍ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳି ୪୭ ବଲ୍‌ରେ ୯୬ ରନ୍ କରିଥିଲେ, ଯେଉଁଥିରେ ୮ ଚୌକା ଏବଂ ୭ ଛକା ଥିଲା। ରବୀନ୍ଦ୍ର ଜାଡେଜା ୪୫ ରନ୍ କରିଥିଲେ, ଯେତେବେଳେ ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇପାରି ନ ଥିଲେ।

ସୂର୍ଯ୍ୟବଂଶୀ ଏବଂ ଜାଡେଜାଙ୍କ ବ୍ୟତୀତ ଯଶସ୍ୱୀ ଜୟସ୍ୱାଲ ୧ ରନ, ଧ୍ରୁବ ଜୁରେଲ ୭ ରନ, ଅଧିନାୟକ ରିୟାନ ପରାଗ ୧୧ ରନ, ଦାସୁନ ଶାନାକା ୩ ରନ, ଜୋଫ୍ରା ଆର୍ଚର ୭ ରନ ଏବଂ ଡେନୋଭାନ ଫରେରା ୧୧ ବଲରେ ୩୮ ରନ କରିଥିଲେ। ଫରେରାଙ୍କ ଇନିଂସରେ ୨ ଚୌକା ଏବଂ ୪ ଛକା ସାମିଲ ଥିଲା।

ନୂଆଦିଲ୍ଲୀ: ଦ୍ୱିତୀୟ କ୍ୱାଲିଫାୟରରେ ଗୁଜରାଟ ଟାଇଟାନ୍ସ ରାଜସ୍ଥାନ ରୟାଲ୍ସକୁ ୭ ୱିକେଟରେ ପରାସ୍ତ କରି ଫାଇନାଲରେ ସ୍ଥାନ ପକ୍କା କରିଥିଲା। ଅଧିନାୟକ ଶୁଭମନ ଗିଲଙ୍କ ଶତକ ଗୁଜୁରାଟର ଏକପାଖିଆ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୨୦ ଓଭରରେ ୬ ୱିକେଟରେ ୨୧୪ ରନ କରିଥିଲା। ଜବାବରେ ଜିଟି ୧୮.୪ ଓଭରରେ ୩ ୱିକେଟରେ ୨୧୯ ରନ କରି ବିଜୟ ହାସଲ କରିଥିଲା। ଦଳ ପାଇଁ ଗିଲ୍ ସର୍ବାଧିକ ଇନିଂସ ଖେଳିଥିଲେ, ୧୫ ଚୌକା ଏବଂ ୩ ଛକା ସହାୟତାରେ ୫୩ ବଲ୍ ରେ ୧୦୪ ରନ କରିଥିଲେ।

ବ୍ୟର୍ଥ ଗଲା ବୈଭବ ସୂର୍ଯ୍ୟବଂଶୀଙ୍କ ଇନିଂସ୍:

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samiksha Odia