Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଗଞ୍ଜାମରେ ବିସ୍ଥାପିତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି : ୧,୩୭୧ ପରିବାର ପାଇଁ  ୭୫.୬୦ କୋଟିର ପ୍ୟାକେଜ ଘୋଷଣା

ଗଞ୍ଜାମରେ ବିସ୍ଥାପିତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି : ୧,୩୭୧ ପରିବାର ପାଇଁ ୭୫.୬୦ କୋଟିର ପ୍ୟାକେଜ ଘୋଷଣା

The Samikhsya Odia 2 weeks ago

ଞ୍ଜାମ: ଦୀର୍ଘ ୪୦ ବର୍ଷ ଧରି ବିସ୍ଥାପିତ ସମସ୍ୟାରେ ଥିବା ଗଞ୍ଜାମର ପରିବାରଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନୂଆ ଗୋଳାବନ୍ଧଠାରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ଯୋଗଦେଇ ବିସ୍ଥାପିତଙ୍କ ପାଇଁ ଆର୍ଥିକ ସହାୟତା, ପକ୍କା ଘର ଓ ଜମି ପଟ୍ଟା ବଣ୍ଟନ କରିଛନ୍ତି।

୧,୩୭୧ଟି ବିସ୍ଥାପିତ ପରିବାରକୁ ପରିବାର ପିଛା ୫ ଲକ୍ଷ ଟଙ୍କା ହିସାବରେ ମୋଟ ୭୫.୬୦ କୋଟି ଟଙ୍କାର ସହାୟତା ଦିଆଯିବ।

ଏଥିସହ ୧,୦୦୮ଟି ନୂତନ ବାସଗୃହ ପ୍ରଦାନ କରାଯାଇଛି। ଛେଳିଗଡ଼ ଜଳସେଚନ ପ୍ରକଳ୍ପର ୧୧୨ଟି ବିସ୍ଥାପିତ ପରିବାରକୁ ଘରବାରି ଓ ଚାଷଜମିର ପଟ୍ଟା ମଧ୍ୟ ବଣ୍ଟନ କରାଯାଇଛି।

ସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ପୂର୍ବ ସରକାରକୁ ଟାର୍ଗେଟ କରିଥିଲେ। ଗତ ୨୪ ବର୍ଷ ଧରି ଗଞ୍ଜାମକୁ ନିଜର ଅଭେଦ୍ୟ ଦୁର୍ଗ ଭାବି ପୂର୍ବ ସରକାର ଲୋକଙ୍କ ମୌଳିକ ସମସ୍ୟା ଓ ଭବିଷ୍ୟତକୁ ସରକାରୀ ଫାଇଲ ତଳେ ଚାପି ରଖିଥିଲା ବୋଲି ସେ ଅଭିଯୋଗ କରିଥିଲେ। ବର୍ତ୍ତମାନର ବିଜେପି ସରକାର ଲୋକଙ୍କ ସ୍ୱାର୍ଥକୁ ପ୍ରାଥମିକତା ଦେଇ ପ୍ରତ୍ୟେକ ସମସ୍ୟାର ସ୍ଥାୟୀ ସମାଧାନ କରୁଥିବା ସେ କହିଥିଲେ।

ଗଞ୍ଜାମରେ ସାମୁଦ୍ରିକ ଅର୍ଥନୀତିର ବିକାଶ ଉପରେ ମଧ୍ୟ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ। ଅର୍ଜିପଲ୍ଲୀ ବନ୍ଦରର ନବୀକରଣ କରାଯିବା ସହ ଉପକୂଳବର୍ତ୍ତୀ ଅଞ୍ଚଳରେ ୨୮ଟି ନୂତନ 'ଫିସ୍‌ ଲ୍ୟାଣ୍ଡିଂ ସେଣ୍ଟର' ନିର୍ମାଣ କରାଯିବ ବୋଲି ସେ ଘୋଷଣା କରିଥିଲେ।

ତେବେ ଏପର୍ଯ୍ୟନ୍ତ ସରକାରୀ ସୁବିଧାରୁ ବଞ୍ଚିତ ରହିଥିବା ଅନ୍ୟ ବିସ୍ଥାପିତ ପରିବାରଙ୍କୁ ମଧ୍ୟ ଶୀଘ୍ର ପଟ୍ଟା ପ୍ରଦାନ କରିବାକୁ ସ୍ଥାନୀୟ ହିତାଧିକାରୀମାନେ ଦାବି କରିଛନ୍ତି।

କାର୍ଯ୍ୟକ୍ରମରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବ୍ରହ୍ମପୁର ସାଂସଦ ଡ. ପ୍ରଦୀପ ପାଣିଗ୍ରାହୀ ଓ ଆସିକା ସାଂସଦ ଅନୀତା ଶୁଭଦର୍ଶନୀଙ୍କ ସମେତ ଗଞ୍ଜାମ ଓ ଗଜପତିର ବହୁ ବିଧାୟକ, ପ୍ରଶାସନିକ ଅଧିକାରୀ ଏବଂ ବହୁ ସଂଖ୍ୟକ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samiksha Odia