Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଗଜପତିରେ ଆନ୍ତଃରାଜ୍ୟ ଯୁବତୀ ଚୋରାଚାଲାଣ ରାକେଟ୍‌ର ପର୍ଦ୍ଦାଫାଶ, ୭ ଯୁବତୀ ଉଦ୍ଧାର; ୨ ଦଲାଲ ଗିରଫ

ଗଜପତିରେ ଆନ୍ତଃରାଜ୍ୟ ଯୁବତୀ ଚୋରାଚାଲାଣ ରାକେଟ୍‌ର ପର୍ଦ୍ଦାଫାଶ, ୭ ଯୁବତୀ ଉଦ୍ଧାର; ୨ ଦଲାଲ ଗିରଫ

The Samikhsya Odia 2 weeks ago

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ଏକ ବଡ଼ ମାନବ ଚୋରାଚାଲାଣ ରାକେଟ୍‌ର ପର୍ଦ୍ଦାଫାଶ କରିଛି ଅଡବା ପୁଲିସ। ଚାକିରି ଦେବାର ପ୍ରଲୋଭନ ଦେଖାଇ ଯୁବତୀମାନଙ୍କୁ ହାଇଦ୍ରାବାଦକୁ ନେଇ ବିକ୍ରି କରାଯାଉଥିବା ଅଭିଯୋଗରେ ୨ ଜଣ ଦଲାଲଙ୍କୁ ଗିରଫ କରାଯାଇଛି। ପୁଲିସର ସ୍ୱତନ୍ତ୍ର ଅଭିଯାନରେ ୭ ଜଣ ଯୁବତୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି, ସେମାନଙ୍କ ମଧ୍ୟରୁ ୬ ଜଣ ନାବାଳିକା ଥିବା ସୂଚନା ମିଳିଛି।

ଅଭିଯୋଗ ପାଇବା ପରେ ଅଡବା ପୁଲିସ ଘଟଣାକୁ ଗୁରୁତ୍ୱର ସହ ନେଇ ୬ ଜଣିଆ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା। ହାଇଦ୍ରାବାଦ ପୁଲିସର ସହଯୋଗରେ ଚଢ଼ାଉ କରି ସମସ୍ତ ପୀଡ଼ିତାଙ୍କୁ ଉଦ୍ଧାର କରାଯାଇଥିଲା।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ରାୟଗଡ଼ା ଜିଲ୍ଲାର ଇଶ୍ୱର କୁସୁଲିଆ ଚାକିରିର ଲୋଭ ଦେଖାଇ ଯୁବତୀମାନଙ୍କୁ ଘରୁ ନେଇ ହାଇଦ୍ରାବାଦ ପଠାଉଥିଲେ। ସେଠାରେ ସରିତା ଜୈନ୍ ନାମକ ଜଣେ ମହିଳାଙ୍କ ନିକଟରେ ସେମାନଙ୍କୁ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି।

ଉଦ୍ଧାର ହୋଇଥିବା ଯୁବତୀମାନଙ୍କୁ ସେଠାରେ ଅଟକ ରଖାଯିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିଲା ଏବଂ ଅନୈତିକ କାର୍ଯ୍ୟରେ ବାଧ୍ୟ କରାଯାଉଥିବା ସଙ୍ଗିନ ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି।

ଏହି ମାମଲାରେ ଇଶ୍ୱର କୁସୁଲିଆ ଓ ହାଇଦ୍ରାବାଦର ସରିତା ଜୈନ୍‌ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଏହି ଚୋରାଚାଲାଣ ରାକେଟ୍‌ ସହ ଆଉ କେହି ଜଡ଼ିତ ଅଛନ୍ତି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି ବୋଲି ଆର୍. ଉଦୟଗିରି ଏସ୍‌ଡିପିଓ ରାକେଶ କୁମାର ସାହୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରେ ଏକ ବଡ଼ ମାନବ ଚୋରାଚାଲାଣ ରାକେଟ୍‌ର ପର୍ଦ୍ଦାଫାଶ କରିଛି ଅଡବା ପୁଲିସ। ଚାକିରି ଦେବାର ପ୍ରଲୋଭନ ଦେଖାଇ ଯୁବତୀମାନଙ୍କୁ ହାଇଦ୍ରାବାଦକୁ ନେଇ ବିକ୍ରି କରାଯାଉଥିବା ଅଭିଯୋଗରେ ୨ ଜଣ ଦଲାଲଙ୍କୁ ଗିରଫ କରାଯାଇଛି। ପୁଲିସର ସ୍ୱତନ୍ତ୍ର ଅଭିଯାନରେ ୭ ଜଣ ଯୁବତୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି, ସେମାନଙ୍କ ମଧ୍ୟରୁ ୬ ଜଣ ନାବାଳିକା ଥିବା ସୂଚନା ମିଳିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samiksha Odia