Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଗିଲ୍ ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ଛୁଟି, ଟିମ୍ ଇଣ୍ଡିଆରେ ଡେବ୍ୟୁ କରିବେ ବୈଭବ ସୂର୍ଯ୍ୟବଂଶୀ!

ଗିଲ୍ ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ଛୁଟି, ଟିମ୍ ଇଣ୍ଡିଆରେ ଡେବ୍ୟୁ କରିବେ ବୈଭବ ସୂର୍ଯ୍ୟବଂଶୀ!

The Samikhsya Odia 4 months ago

ନୂଆଦିଲ୍ଲୀ: ବୈଭବ ସୂର୍ଯ୍ୟବଂଶୀ ଖୁବ୍ ଶୀଘ୍ର ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କରିପାରନ୍ତି। ୨୦୨୬ ଏସୀୟ କ୍ରୀଡ଼ା ଚଳିତ ବର୍ଷ ସେପ୍ଟେମ୍ବର-ଅକ୍ଟୋବରରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଟିମ୍ ଇଣ୍ଡିଆ ପାଇଁ ୩୦ ସମ୍ଭାବ୍ୟ ଖେଳାଳିଙ୍କ ତାଲିକାରେ ବୈଭବଙ୍କୁ ସାମିଲ କରାଯାଇଛି। ସୂର୍ଯ୍ୟକୁମାର ଯାଦବ ଏବଂ ଶୁଭମନ ଗିଲ୍ ଙ୍କୁ ଏହି ତାଲିକାରୁ ବାଦ ଦିଆଯାଇଛି।

ସୂଚନା ଅନୁଯାୟୀ, ବିସିସିଆଇ ୩୦ ସମ୍ଭାବ୍ୟ ଖେଳାଳିଙ୍କ ତାଲିକା ଭାରତୀୟ ଅଲିମ୍ପିକ୍ ଆସୋସିଏସନ୍‌କୁ ପଠାଇଛି। ପୂର୍ବରୁ ନିଷ୍ପତ୍ତି ନିଆଯାଇଛି ଯେ, ବିସିସିଆଇ ଦୁଇଟି ଟି-୨୦ ଦଳ ଚୟନ କରିବ। ଗୋଟିଏ ସେପ୍ଟେମ୍ବର ୧୯ ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ଜାପାନରେ ଅନୁଷ୍ଠିତ ହେବାକୁ ଥିବା ଏସୀୟ କ୍ରୀଡ଼ାରେ ଖେଳିବ। ଏହି ସମୟ ମଧ୍ୟରେ ଅନ୍ୟଟି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ୱେଷ୍ଟଇଣ୍ଡିଜ୍ ଦଳ ଭାରତ ଗସ୍ତ କରିବ।

ୱେଷ୍ଟଇଣ୍ଡିଜ୍ ଦଳର ଭାରତ ଗସ୍ତ ସେପ୍ଟେମ୍ବର ୨୭ ରୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ଚାଲିବ। ଉଭୟ ଦଳ ତିନୋଟି ଦିନିକିଆ ଏବଂ ପାଞ୍ଚ ଟି-୨୦ ମ୍ୟାଚ୍ ଖେଳିବେ।

କିଏ ହେବେ ଅଧିନାୟକ?

ସୂର୍ଯ୍ୟକୁମାର ଯାଦବ ଏସୀୟ କ୍ରୀଡ଼ାରେ ଖେଳିବେ ନାହିଁ। ସୂଚନା ଅନୁଯାୟୀ, ବିସିସିଆଇ ସୂର୍ଯ୍ୟକୁମାର ଯାଦବଙ୍କୁ ୨୦୨୮ ଟି-୨୦ ବିଶ୍ୱକପ୍ ଯୋଜନାରୁ ବାଦ ଦେଇଛି। ଏହା ଏସୀୟ କ୍ରୀଡ଼ାରେ ଟିମ୍ ଇଣ୍ଡିଆର ଅଧିନାୟକ କିଏ ହେବ ସେ ବିଷୟରେ ପ୍ରଶ୍ନ ଉଠାଇଛି। ଏହି ଭୂମିକା ପାଇଁ ତିନି ପ୍ରମୁଖ ନାମ ଉଭା ହୋଇଛି: ଶ୍ରେୟସ ଆୟର, ତିଲକ ବର୍ମା ଏବଂ ସଞ୍ଜୁ ସାମସନ।

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ସମୟରେ ଆହତ ହୋଇଥିବା ହର୍ଷିତ ରାଣା ଏସୀୟ କ୍ରୀଡ଼ା ସୁଦ୍ଧା ସମ୍ପୂର୍ଣ୍ଣ ଫିଟ୍ ହୋଇଯିବେ ବୋଲି ଆଶା କରାଯାଉଛି, ତେଣୁ ତାଙ୍କୁ ୩୦ ଜଣ ଖେଳାଳିଙ୍କ ସମ୍ଭାବ୍ୟ ତାଲିକାରେ ସାମିଲ କରାଯାଇଛି।

୩୦ ସମ୍ଭାବ୍ୟ ଖେଳାଳିଙ୍କ ତାଲିକା: ଯଶସ୍ଵୀ ଜୟସୱାଲ, ଅଭିଷେକ ଶର୍ମା, ବୈଭବ ସୂର୍ଯ୍ୟବଂଶୀ, ଇଶାନ କିଶାନ, ସଞ୍ଜୁ ସାମସନ (ୱିକେଟ୍ କିପର), ଶ୍ରେୟସ୍ ଆୟର୍, ଋଷଭ ପନ୍ତ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂ, ତିଲକ ଭର୍ମା, ଜସପ୍ରୀତ ବୁମ୍ରା, ନୀତୀଶ କୁମାର ରେଡ୍ଡୀ, ପ୍ରସିଦ୍ଧ କୃଷ୍ଣ, ବରୁଣ ଚକ୍ରବର୍ତ୍ତୀ, ଅନୁକୁଲ ରୟ, ଆୟୁଷ ବଦୋନି, ହର୍ଷ ଦୁବେ, ଧ୍ରୁଭ ଜୁରେଲ, ଖଲିଲ ଅହମ୍ମଦ, ରୁତୁରାଜ ଗାଇକ୍ଵାଡ, ରବି ବିଷ୍ନୋଇ, ଶାହବାଜ ଅହମ୍ମଦ, ଶିବମ ଦୁବେ, ବିପ୍ରଜ ନିଗମ, ହର୍ଷିତ ରାଣା, ୟଶ ଠାକୁର, ୱାସିଂଟନ ସୁନ୍ଦର।

ନୂଆଦିଲ୍ଲୀ: ବୈଭବ ସୂର୍ଯ୍ୟବଂଶୀ ଖୁବ୍ ଶୀଘ୍ର ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କରିପାରନ୍ତି। ୨୦୨୬ ଏସୀୟ କ୍ରୀଡ଼ା ଚଳିତ ବର୍ଷ ସେପ୍ଟେମ୍ବର-ଅକ୍ଟୋବରରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଟିମ୍ ଇଣ୍ଡିଆ ପାଇଁ ୩୦ ସମ୍ଭାବ୍ୟ ଖେଳାଳିଙ୍କ ତାଲିକାରେ ବୈଭବଙ୍କୁ ସାମିଲ କରାଯାଇଛି। ସୂର୍ଯ୍ୟକୁମାର ଯାଦବ ଏବଂ ଶୁଭମନ ଗିଲ୍ ଙ୍କୁ ଏହି ତାଲିକାରୁ ବାଦ ଦିଆଯାଇଛି।

କିଏ ହେବେ ଅଧିନାୟକ?

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samiksha Odia