Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ହୀରାକୁଦ ଡ୍ୟାମ : ୨୨ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ

ହୀରାକୁଦ ଡ୍ୟାମ : ୨୨ଟି ଗେଟ୍ ଦେଇ ଚାଲିଛି ବନ୍ୟାଜଳ ନିଷ୍କାସନ

ମ୍ବଲପୁର: ହୀରାକୁଦ ଡ୍ୟାମର ଜଳସ୍ତର ଧୀରେ ଧୀରେ ଖସୁଛି। ଡ୍ୟାମକୁ ଆସୁଥିବା ଜଳ ପ୍ରବାହ ତୁଳନାରେ ଅଧିକ ପରିମାଣର ପାଣି ନିଷ୍କାସନ କରାଯାଉଥିବାରୁ ଜଳସ୍ତରରେ ହ୍ରାସ ଦେଖାଯାଉଛି।

ବର୍ତ୍ତମାନ ହୀରାକୁଦକୁ ୨ ଲକ୍ଷ ୩୭ ହଜାର ୯୩୮ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ଡ୍ୟାମରୁ ୩ ଲକ୍ଷ ୮୭ ହଜାର ୬୬ କ୍ୟୁସେକ ଜଳ ନିଷ୍କାସନ ହେଉଛି।

ହୀରାକୁଦ ଡ୍ୟାମର ବର୍ତ୍ତମାନ ଜଳସ୍ତର ୬୨୪ ଫୁଟ୍ ରହିଛି। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବେ ମୋଟ ୨୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ଜଳ ପ୍ରବାହ ଉପରେ ନଜର ରଖି ଜଳ ସମ୍ପଦ ବିଭାଗ ପରିସ୍ଥିତିର ସମୀକ୍ଷା କରୁଛି।

ବର୍ତ୍ତମାନ ହୀରାକୁଦକୁ ୨ ଲକ୍ଷ ୩୭ ହଜାର ୯୩୮ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ଡ୍ୟାମରୁ ୩ ଲକ୍ଷ ୮୭ ହଜାର ୬୬ କ୍ୟୁସେକ ଜଳ ନିଷ୍କାସନ ହେଉଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samiksha Odia