Dailyhunt
ଜନଗଣନା-୨୦୨୭ରେ ସାମିଲ ହେଲେ ଲୋକସଭା ବାଚସ୍ପତି; ସମ୍ପୂର୍ଣ୍ଣ କଲେ ଡିଜିଟାଲ୍ ସ୍ୱ-ଗଣନା

ଜନଗଣନା-୨୦୨୭ରେ ସାମିଲ ହେଲେ ଲୋକସଭା ବାଚସ୍ପତି; ସମ୍ପୂର୍ଣ୍ଣ କଲେ ଡିଜିଟାଲ୍ ସ୍ୱ-ଗଣନା

The Samikhsya Odia 2 weeks ago

ନୂଆଦିଲ୍ଲୀ: ଲୋକସଭା ବାଚସ୍ପତି ଓମ୍ ବିର୍ଲା ନୂଆଦିଲ୍ଲୀ ସ୍ଥିତ ନିଜର ସରକାରୀ ବାସଭବନରେ ସ୍ୱ-ଗଣନା ପ୍ରକ୍ରିୟା ସମ୍ପୂର୍ଣ୍ଣ କରିଛନ୍ତି। ଏହା ସହ ସେ ଜନଗଣନା- ୨୦୨୭ର ପ୍ରଥମ ପର୍ଯ୍ୟାୟରେ ଅଂଶଗ୍ରହଣ କରିଛନ୍ତି।

ଏହି କାର୍ଯ୍ୟର ଗୁରୁତ୍ୱ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ବିର୍ଲା କହିଛନ୍ତି ଯେ, ଜାତୀୟ ଜନଗଣନା ପ୍ରଶାସନିକ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ କରୁଛି।

ଭାରତର ଇତିହାସରେ ପ୍ରଥମ ଥର ପାଇଁ ସମଗ୍ର ଜନଗଣନା ପ୍ରକ୍ରିୟା ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ପରିଚାଳିତ ହେଉଛି ବୋଲି କହିବା ସହ ଏହି ପ୍ରକ୍ରିୟା ପ୍ରତ୍ୟେକ ନାଗରିକଙ୍କୁ ନିଜର ପରିବାର ବିବରଣୀ ବ୍ୟକ୍ତିଗତ ଭାବେ ଲିପିବଦ୍ଧ କରିବା ପାଇଁ ସୁବିଧା ଓ ଅଧିକାର ପ୍ରଦାନ କରୁଛି ବୋଲି ସେ କହିଛନ୍ତି। ଏହା ଏକ "ଅତ୍ୟନ୍ତ ସୁରକ୍ଷିତ, ସଠିକ୍ ଏବଂ ସହଜ" ପ୍ରକ୍ରିୟା ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି ଶ୍ରୀ ବିର୍ଲା।

ଶ୍ରୀ ବିର୍ଲା ଆହୁରି କହିଛନ୍ତି ଯେ, ଡିଜିଟାଲ୍ ଗଣନାକୁ ଏହି ରୂପାନ୍ତରଣ ଭାରତର ବୈଷୟିକ ପ୍ରଗତିର ଏକ ପ୍ରମାଣ, ଯାହା ଜାତୀୟ ତଥ୍ୟକୁ ଅଧିକ ସଠିକ୍ କରିବା ସହ ବାସ୍ତବ ସ୍ଥିତିକୁ ପ୍ରତିଫଳିତ କରିବ।

'ଜନ ଗଣନାରୁ ଜନ କଲ୍ୟାଣ'ର ବିଚରଧାରାକୁ ଦୋହରାଇ ବାଚସ୍ପତି ସମସ୍ତ ନାଗରିକଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଜାତୀୟ ପ୍ରକ୍ରିୟାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ଆହ୍ୱାନ କରିଛନ୍ତି। ସେମାନେ ନିଜର ବିବରଣୀ ଲିପିବଦ୍ଧ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ଏଥିପାଇଁ ଉତ୍ସାହିତ କରିବାକୁ ସେ ଅନୁରୋଧ କରିଛନ୍ତି, ଯାହାଫଳରେ ଏକ 'ସଶକ୍ତ ଏବଂ ସମୃଦ୍ଧ ଭାରତ'ର ମୂଳଦୁଆ ପଡ଼ିପାରିବ।

ସ୍ୱ-ଗଣନା ପ୍ରକ୍ରିୟା ସମୟରେ ଭାରତର ରେଜିଷ୍ଟ୍ରାର ଜେନେରାଲ ଏବଂ ଜନଗଣନା କମିଶନର ଶ୍ରୀ ମୃତ୍ୟୁଞ୍ଜୟ କୁମାର ନାରାୟଣ ପଞ୍ଜୀକରଣ କାର୍ଯ୍ୟରେ ସହାୟତା ପାଇଁ ଉପସ୍ଥିତ ଥିଲେ।

ଏହି କାର୍ଯ୍ୟର ଗୁରୁତ୍ୱ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ବିର୍ଲା କହିଛନ୍ତି ଯେ, ଜାତୀୟ ଜନଗଣନା ପ୍ରଶାସନିକ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ କରୁଛି। ଭାରତର ଇତିହାସରେ ପ୍ରଥମ ଥର ପାଇଁ ସମଗ୍ର ଜନଗଣନା ପ୍ରକ୍ରିୟା ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ପରିଚାଳିତ ହେଉଛି ବୋଲି କହିବା ସହ ଏହି ପ୍ରକ୍ରିୟା ପ୍ରତ୍ୟେକ ନାଗରିକଙ୍କୁ ନିଜର ପରିବାର ବିବରଣୀ ବ୍ୟକ୍ତିଗତ ଭାବେ ଲିପିବଦ୍ଧ କରିବା ପାଇଁ ସୁବିଧା ଓ ଅଧିକାର ପ୍ରଦାନ କରୁଛି ବୋଲି ସେ କହିଛନ୍ତି। ଏହା ଏକ "ଅତ୍ୟନ୍ତ ସୁରକ୍ଷିତ, ସଠିକ୍ ଏବଂ ସହଜ" ପ୍ରକ୍ରିୟା ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି ଶ୍ରୀ ବିର୍ଲା।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samiksha Odia