Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ୬ଟି ଫ୍ଲାଏଓଭର ନିର୍ମାଣକୁ ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

ଜୟଦେବ ବିହାର-ନନ୍ଦନକାନନ ରାସ୍ତାରେ ୬ଟି ଫ୍ଲାଏଓଭର ନିର୍ମାଣକୁ ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରି

The Samikhsya Odia 2 weeks ago

ଭୁବନେଶ୍ୱର: ଭୁବନେଶ୍ୱରର ଟ୍ରାଫିକ୍ ସମସ୍ୟା ହ୍ରାସ ପାଇଁ ରାଜ୍ୟ ସରକାର ଏକ ବୃହତ୍ ପଦକ୍ଷେପ ନେଇଛନ୍ତି। ଜୟଦେବ ବିହାରରୁ ନନ୍ଦନକାନନ ହୋଇ ବାରଙ୍ଗ ଓ କଟକ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଯାତାୟାତ ସୁନିଶ୍ଚିତ କରିବା ଲକ୍ଷ୍ୟରେ ୫୭୯ କୋଟି ଟଙ୍କା ବ୍ୟୟରେ ମେଗା ସଡ଼କ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ପ୍ରକଳ୍ପଟିକୁ ୨ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ଏହି ପ୍ରକଳ୍ପ ଅନୁଯାୟୀ, କଳିଙ୍ଗ ଷ୍ଟାଡିୟମ ଗେଟ୍ ନଂ-୪ରୁ ରଘୁନାଥପୁର ସେତୁ ପର୍ଯ୍ୟନ୍ତ ପ୍ରାୟ ୯.୫ କିଲୋମିଟର ରାସ୍ତାର ଆମୂଳଚୂଳ ପରିବର୍ତ୍ତନ କରାଯିବ। ବର୍ତ୍ତମାନର ୬-ଲେନ୍ ରାସ୍ତାକୁ ୮-ଲେନ୍‌ରେ ପ୍ରସାରିତ କରାଯିବା ସହ ଉଭୟ ପାର୍ଶ୍ୱରେ ସର୍ଭିସ୍ ରୋଡ୍ ନିର୍ମାଣ ହେବ।

ପ୍ରକଳ୍ପର ସବୁଠାରୁ ବଡ଼ ଆକର୍ଷଣ ହେଉଛି ମୋଟ ୬ଟି ଫ୍ଲାଏଓଭର ନିର୍ମାଣ। ଜୟଦେବ ବିହାର ଛକରେ ବର୍ତ୍ତମାନର ଫ୍ଲାଏଓଭର ଉପରେ ୪-ଲେନ୍ କେବଲ୍-ଷ୍ଟେଡ୍ ସେତୁ ନିର୍ମାଣ ହେବ। ସେହିପରି କଳିଙ୍ଗ ହସ୍ପିଟାଲ୍ ଛକ, ଡମଣା ଛକ, କିଟ୍ ଛକ ଓ କଳାରାହାଙ୍ଗ ଛକରେ ସ୍ୱତନ୍ତ୍ର ୪-ଲେନ୍ ଫ୍ଲାଏଓଭର ତିଆରି କରାଯିବ। ଫ୍ଲାଏଓଭର ଉପରେ ୪ ଲେନ୍ ଓ ତଳେ ୪ ଲେନ୍ ରାସ୍ତା ରହିବାରୁ ଟ୍ରାଫିକ୍ ପ୍ରବାହ ଅଧିକ ସୁଗମ ହେବ।

ଏହାଛଡ଼ା ପ୍ରକଳ୍ପରେ ଅଣ୍ଡରପାସ୍, ସବ୍‌ୱେ, ସ୍ଲିପ୍ ରୋଡ୍, ୫.୫ ମିଟର ସର୍ଭିସ୍ ରୋଡ୍, ୭.୫ ମିଟର ସ୍ଲିପ୍ ରୋଡ୍, ରାଉଣ୍ଡଅବାଉଟ୍, ପାର୍କିଂ ବେ, ଉନ୍ନତ ଡ୍ରେନେଜ୍ ବ୍ୟବସ୍ଥା, ଆଧୁନିକ ରୋଡ୍ ମାର୍କିଂ, ଆଲୋକୀକରଣ, ସଡ଼କ ସୁରକ୍ଷା ବ୍ୟବସ୍ଥା ଓ ବୃକ୍ଷରୋପଣ କରାଯିବ। ନିର୍ମାଣ ପରେ ୧୦ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣର ଦାୟିତ୍ୱ ମଧ୍ୟ ନିର୍ମାଣକାରୀ ସଂସ୍ଥା ଉପରେ ରହିବ।

ଏହି ପ୍ରକଳ୍ପର ଟେଣ୍ଡର ଦିନେଶ ଚନ୍ଦ୍ର ଆର୍. ଅଗ୍ରୱାଲ୍ ଇନଫ୍ରାକନ୍ ପ୍ରାଇଭେଟ୍ ଲିମିଟେଡ୍କୁ ଦିଆଯାଇଛି ଏବଂ ଏହାକୁ ରାଜ୍ୟ କ୍ୟାବିନେଟ୍ ଚୂଡ଼ାନ୍ତ ଅନୁମୋଦନ ଦେଇଛି।

ସରକାରଙ୍କ ମତାନୁସାରେ, ପ୍ରକଳ୍ପଟି କାର୍ଯ୍ୟକାରୀ ହେଲେ ଜୟଦେବ ବିହାର-ନନ୍ଦନକାନନ-ବାରଙ୍ଗ-କଟକ କରିଡରରେ ଟ୍ରାଫିକ୍ ଜାମ୍ କମିବ, ଯାତ୍ରା ସମୟ ଓ ଇନ୍ଧନ ବ୍ୟୟ ହ୍ରାସ ପାଇବ ଏବଂ ଦୁର୍ଘଟଣାର ଆଶଙ୍କା ମଧ୍ୟ କମିବ। ଏହା ଭୁବନେଶ୍ୱରର ଦୀର୍ଘମିଆଦୀ ସହରୀ ପରିବହନ ବ୍ୟବସ୍ଥାକୁ ନୂଆ ଦିଗ ଦେବ ବୋଲି ସରକାର ଆଶା ପ୍ରକାଶ କରିଛନ୍ତି।

ଭୁବନେଶ୍ୱର: ଭୁବନେଶ୍ୱରର ଟ୍ରାଫିକ୍ ସମସ୍ୟା ହ୍ରାସ ପାଇଁ ରାଜ୍ୟ ସରକାର ଏକ ବୃହତ୍ ପଦକ୍ଷେପ ନେଇଛନ୍ତି। ଜୟଦେବ ବିହାରରୁ ନନ୍ଦନକାନନ ହୋଇ ବାରଙ୍ଗ ଓ କଟକ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଯାତାୟାତ ସୁନିଶ୍ଚିତ କରିବା ଲକ୍ଷ୍ୟରେ ୫୭୯ କୋଟି ଟଙ୍କା ବ୍ୟୟରେ ମେଗା ସଡ଼କ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ପ୍ରକଳ୍ପଟିକୁ ୨ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samiksha Odia