କଟକ: କଟକ ସିଡିଏ ସେକ୍ଟର-୧୩ରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଜଣେ ମହିଳାଙ୍କୁ ଘର ଭିତରେ ହତ୍ୟା କରାଯାଇଥିବା ସନ୍ଦେହ ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ବନ୍ଦ ରୁମ୍ ଭିତରୁ ମହିଳାଙ୍କ ମୃତଦେହ ମିଳିଥିବା ବେଳେ ପଥରରେ ଛେଚି ହତ୍ୟା କରାଯାଇଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି।
ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛି।
ପୋଲିସ ପକ୍ଷରୁ ବନ୍ଦ ଘର ଭିତରେ ଛାନଭିନ କରାଯିବା ସହ ହତ୍ୟାକାଣ୍ଡର କାରଣ ଓ ଘଟଣାର ପୂରା ପୃଷ୍ଠଭୂମି ନେଇ ତଦନ୍ତ ଆରମ୍ଭ ହୋଇଛି।
ପ୍ରାଥମିକ ସୂଚନା ଅନୁସାରେ, ଘର ଭିତରେ ମହିଳାଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ପୋଲିସ ସନ୍ଦେହ କରୁଛି। ତେବେ ହତ୍ୟାର ପ୍ରକୃତ କାରଣ କ'ଣ ଏବଂ କେଉଁ ପରିସ୍ଥିତିରେ ମହିଳାଙ୍କ ମୃତ୍ୟୁ ଘଟିଲା, ସେନେଇ ତଦନ୍ତ ପରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ।
ଏହି ଘଟଣାରେ ଜଣେ ସନ୍ଦିଗ୍ଧ ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ମହିଳାଙ୍କ ପରିଚୟ ମଧ୍ୟ ମିଳିଛି। ଅଭିଯୁକ୍ତଙ୍କ ସହ ମୃତ ମହିଳାଙ୍କ ସମ୍ପର୍କ ଏବଂ ହତ୍ୟା ପଛରେ କୌଣସି ବ୍ୟକ୍ତିଗତ ବିବାଦ ରହିଛି କି ନାହିଁ, ପୋଲିସ ତାହାର ଖୋଳତାଡ଼ କରୁଛି।
କଟକ ସିଡିଏର ଏହି ହତ୍ୟାକାଣ୍ଡକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ପୋଲିସ ତଦନ୍ତ ଆଗକୁ ବଢ଼ିବା ପରେ ହତ୍ୟାକାଣ୍ଡର ରହସ୍ୟ ଓ ଅଭିଯୁକ୍ତଙ୍କ ଭୂମିକା ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିବ।

