Dailyhunt
'ମୁଁ ନୁହେଁ ମୁଁ ତୁମ ବିନା'ରେ ଆସୁଛି ନୂଆ ମୋଡ଼: ସାଇ ଏବଂ ଶ୍ରଦ୍ଧାଙ୍କ ମଧ୍ୟରେ ଆରମ୍ଭ ହେବ କି ପ୍ରେମ?

'ମୁଁ ନୁହେଁ ମୁଁ ତୁମ ବିନା'ରେ ଆସୁଛି ନୂଆ ମୋଡ଼: ସାଇ ଏବଂ ଶ୍ରଦ୍ଧାଙ୍କ ମଧ୍ୟରେ ଆରମ୍ଭ ହେବ କି ପ୍ରେମ?

ଭୁବନେଶ୍ଵର: ଓଡ଼ିଶାର ପ୍ରତିଟି ଘରର ପ୍ରିୟ ମନୋରଞ୍ଜନ ଚ୍ୟାନେଲ 'ଜୀ-ସାର୍ଥକ' ସବୁବେଳେ ଦର୍ଶକଙ୍କ ପସନ୍ଦକୁ ଆଧାର କରି ନୂଆ ନୂଆ କାହାଣୀ ଓ ରିଆଲିଟି ଶୋ' ଭେଟି ଦେଇଆସିଛି। ଓଡ଼ିଆ ଜାତିର ଅସ୍ମିତା, କଳା, ସଂସ୍କୃତି ଏବଂ ପରମ୍ପରାକୁ ଛୋଟ ପରଦାରେ ଅତି ନିଖୁଣ ଭାବେ ପ୍ରଦର୍ଶନ କରିବାରେ ଏହି ଚ୍ୟାନେଲ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି।

ଏହି କ୍ରମରେ ଜୀ ସାର୍ଥକରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ 'ମୁଁ ନୁହେଁ ମୁଁ ତୁମ ବିନା'ରେ ଏବେ ଏକ ବଡ଼ ଟ୍ୱିଷ୍ଟ ଦେଖିବାକୁ ମିଳିବ। ସାଇ ଏବଂ ଶ୍ରଦ୍ଧାଙ୍କ ସମ୍ପର୍କରେ ଇଗୋ, ଅଭିମାନ ଏବଂ ବ୍ୟବସାୟିକ ତିକ୍ତତା ମଧ୍ୟରେ ଏକ ନୂଆ ମୋଡ଼ ଆସିବାକୁ ଯାଉଛି।

ସାଇ ଶ୍ରଦ୍ଧାଙ୍କୁ ପୁଣିଥରେ 'ପଟ୍ଟନାୟକ କ୍ରିଏସନ୍ସ'କୁ ଫେରାଇ ଆଣିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ସୁଧାଙ୍କୁ ତୁରନ୍ତ ଶ୍ରଦ୍ଧାଙ୍କ ସହ କଥା ହେବାକୁ କୁହନ୍ତି। ଅନ୍ୟପଟେ, ନିଜ ନୂଆ ଚାକିରି 'ଆରଡି ଫ୍ୟାଶନ୍'ରେ ପ୍ରଥମ ଦିନ ଯୋଗଦେବା ପାଇଁ ଶ୍ରଦ୍ଧା ପ୍ରସ୍ତୁତ ହେଉଛନ୍ତି। ପୂର୍ବରୁ ସାଇଙ୍କ ଦ୍ୱାରା ଅପମାନିତ ହୋଇ ଚାକିରିରୁ ବାହାରିଥିବା ଶ୍ରଦ୍ଧାଙ୍କ ମନରେ ଏବେ ବି କଷ୍ଟ ରହିଛି। ତେବେ ସେ କଣ ଫେରିବେ ନା ନିଜ ଅପମାନର ବଦଲା ନେବେ ନା ସାଇ, ଶ୍ରଦ୍ଧାଙ୍କୁ ଫେରାଇ ଆଣିବା ପାଇଁ କିଛି ନୂଆ କରିବେ। ଆଗାମୀ ଏପିସୋଡ୍ ଗୁଡ଼ିକରେ ଦର୍ଶକମାନେ ଦେଖିବେ ଦୁଇ ଜଣଙ୍କ ବନ୍ଧୁତା ହେବ କି ଶତ୍ରୁତା କି ରୋମାନ୍ସର ଏକ ନୂଆ ରୂପ।

ଜୀ ସାର୍ଥକର ପ୍ରତିଟି ମେଗା ଧାରାବାହିକକୁ ମିଳିଛି ଦର୍ଶକଙ୍କ ଭଲ ପାଇବା, ତେଣୁ ଦେଖିବାକୁ ଭୁଲିବେନି 'ମୁଁ ନୁହେଁ ମୁଁ ତୁମ ବିନା' ସୋମବାରରୁ ଶନିବାର ରାତି ୮ଟାରେ, କେବଳ ଜୀ ସାର୍ଥକ ଟେଲିଭିଜନ ଚ୍ୟାନେଲ୍ରେ କାରଣ କେବଳ ଜୀ ସାର୍ଥକରେ ଏକ ସପରିବାର ଦର୍ଶକଙ୍କ ପାଇଁ ମନୋରଞ୍ଜନର ଖୋରାକ ଯୋଗାଇବା ସହ ଜୀବନରେ ନିଜ ଭିତରେ ବିଶ୍ବାସ ଓ ପ୍ରେମ କେତେ ଶକ୍ତି ଦେଇଥାଏ ତାହା ଆମ ଦର୍ଶକ ଦେଖି ଉତ୍ସାହିତ ହେବେ ବୋଲି ପ୍ରତିଶୃତି ଦେଉଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ୍ ଅଫିସର ରାହୁଲ ରାଓ।

ଭୁବନେଶ୍ଵର: ଓଡ଼ିଶାର ପ୍ରତିଟି ଘରର ପ୍ରିୟ ମନୋରଞ୍ଜନ ଚ୍ୟାନେଲ 'ଜୀ-ସାର୍ଥକ' ସବୁବେଳେ ଦର୍ଶକଙ୍କ ପସନ୍ଦକୁ ଆଧାର କରି ନୂଆ ନୂଆ କାହାଣୀ ଓ ରିଆଲିଟି ଶୋ' ଭେଟି ଦେଇଆସିଛି। ଓଡ଼ିଆ ଜାତିର ଅସ୍ମିତା, କଳା, ସଂସ୍କୃତି ଏବଂ ପରମ୍ପରାକୁ ଛୋଟ ପରଦାରେ ଅତି ନିଖୁଣ ଭାବେ ପ୍ରଦର୍ଶନ କରିବାରେ ଏହି ଚ୍ୟାନେଲ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହି କ୍ରମରେ ଜୀ ସାର୍ଥକରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ 'ମୁଁ ନୁହେଁ ମୁଁ ତୁମ ବିନା'ରେ ଏବେ ଏକ ବଡ଼ ଟ୍ୱିଷ୍ଟ ଦେଖିବାକୁ ମିଳିବ। ସାଇ ଏବଂ ଶ୍ରଦ୍ଧାଙ୍କ ସମ୍ପର୍କରେ ଇଗୋ, ଅଭିମାନ ଏବଂ ବ୍ୟବସାୟିକ ତିକ୍ତତା ମଧ୍ୟରେ ଏକ ନୂଆ ମୋଡ଼ ଆସିବାକୁ ଯାଉଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samiksha Odia