Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ନେପାଳ ପ୍ରଳୟ : ଆଉ ତିନି ଓଡ଼ିଆ ନିଖୋଜ

ନେପାଳ ପ୍ରଳୟ : ଆଉ ତିନି ଓଡ଼ିଆ ନିଖୋଜ

The Samikhsya Odia 2 weeks ago

ଭୁବନେଶ୍ବର : ନେପାଳରେ ପ୍ରଳୟଙ୍କରୀ ବନ୍ୟା ଓ ବିପର୍ଯ୍ୟୟ ମଧ୍ୟରେ ଆଉ ତିନି ଓଡ଼ିଆ ନିଖୋଜ ହୋଇଥିବା ଖବର ସାମ୍ନାକୁ ଆସିଛି। ବରଗଡ଼ ଜିଲ୍ଲା ଜାମପାଲି ଗାଁର ଏକ ଦମ୍ପତି ଓ ସେମାନଙ୍କ ୨ ବର୍ଷର ଶିଶୁକନ୍ୟାଙ୍କ କୌଣସି ପତ୍ତା ମିଳୁନାହିଁ। ନେପାଳରେ ଜାରି ରହିଥିବା ପ୍ରବଳ ବନ୍ୟା ଓ ବିପର୍ଯ୍ୟୟ ଯୋଗୁଁ ସେମାନେ ନିଖୋଜ ହୋଇଥିବା ଜଣାପଡ଼ିଛି।

ନିଖୋଜ ତିନିଜଣ ହେଲେ ଗୁନ୍ନମ ଜୟକୃଷ୍ଣା, ଗୁନ୍ନମ ସାଇ ବିନ୍ଦୁ କୁମାରୀ ଏବଂ ସେମାନଙ୍କ ୨ ବର୍ଷର ଝିଅ। ସୂଚନା ଅନୁସାରେ, ଜୟକୃଷ୍ଣା ନେପାଳର ଏକ ହାଇଡ୍ରୋ ପ୍ରୋଜେକ୍ଟରେ ନିୟୋଜିତ ଥିଲେ। ସେଠାରେ ସେ ନିଜ ପରିବାର ସହ ରହୁଥିଲେ। ତେବେ ବନ୍ୟା ଓ ଭୂସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରେ ତିନିଜଣଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି।

ପରିବାର ସଦସ୍ୟଙ୍କ ମଧ୍ୟରେ ଏହି ଖବର ପହଞ୍ଚିବା ପରେ ଚିନ୍ତା ବଢ଼ିଛି। ନିଖୋଜ ଦମ୍ପତି ଓ ଶିଶୁକନ୍ୟାଙ୍କ ସନ୍ଧାନ ପାଇଁ ପରିବାର ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ସେମାନଙ୍କ ସମ୍ପର୍କରେ କୌଣସି ସୂଚନା ମିଳିବା ନେଇ ଆଶାରେ ରହିଛନ୍ତି ପରିବାର ଓ ଆତ୍ମୀୟସ୍ୱଜନ।

ନେପାଳରେ ବନ୍ୟା ଓ ବିପର୍ଯ୍ୟୟ ପରିସ୍ଥିତି ମଧ୍ୟରେ ପୂର୍ବରୁ ଦୁଇ ଓଡ଼ିଆ ନିଖୋଜ ଥିବା ସୂଚନା ମିଳିଥିଲା। ଏବେ ବରଗଡ଼ର ଏହି ଦମ୍ପତି ଓ ଶିଶୁକନ୍ୟାଙ୍କୁ ମିଶାଇ ନେପାଳ ବନ୍ୟାରେ ନିଖୋଜ ଓଡ଼ିଆଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଥିବା ସୂଚନା ମିଳିଛି।

ନେପାଳରେ ଭୟଙ୍କର ବନ୍ୟା ଯୋଗୁଁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ନିଖୋଜ ଓଡ଼ିଆମାନଙ୍କ ସନ୍ଧାନ ଓ ସେମାନଙ୍କ ସୁରକ୍ଷିତ ଉଦ୍ଧାର ଏବେ ପ୍ରମୁଖ ଚିନ୍ତାର ବିଷୟ ପାଲଟିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samiksha Odia