Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପାକିସ୍ତାନର ବଲୁଚିସ୍ତାନରେ ଭୟଙ୍କର ଆତ୍ମଘାତୀ ଆକ୍ରମଣ

ପାକିସ୍ତାନର ବଲୁଚିସ୍ତାନରେ ଭୟଙ୍କର ଆତ୍ମଘାତୀ ଆକ୍ରମଣ

The Samikhsya Odia 3 weeks ago

ସଲାମାବାଦ: ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶର ଗ୍ୱାଦର ଅଞ୍ଚଳରେ ଏକ ବଡ଼ ଧରଣର ଆତ୍ମଘାତୀ ଆକ୍ରମଣ ହୋଇଛି। ବିଚ୍ଛିନ୍ନତାବାଦୀ ସଶସ୍ତ୍ର ସଂଗଠନ ବଲୁଚିସ୍ତାନ ଲିବରେସନ ଆର୍ମି (ବିଏଲଏ) ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି।

ବିଏଲଏର ବିବୃତି ଅନୁସାରେ, ଗ୍ୱାଦରର ଜିୱାନି ସ୍ଥିତ ପାକିସ୍ତାନ ତଟରକ୍ଷୀ ବାହିନୀର ଶିବିରକୁ ଲକ୍ଷ୍ୟ କରି ବିସ୍ଫୋରକ ଭର୍ତ୍ତି ଏକ ଟ୍ରକ୍ ଧକ୍କା ଦିଆଯାଇଥିଲା।

ସଂଗଠନର ଦାବି ମୁତାବକ, ଏହି ବିସ୍ଫୋରଣରେ ୩୦ରୁ ଅଧିକ ପାକିସ୍ତାନୀ ଅର୍ଦ୍ଧସାମରିକ ବାହିନୀ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। ଭଙ୍ଗା କୋଠା ତଳେ ଅନେକ ଲୋକ ଫସି ରହିଥିବାରୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ମଧ୍ୟ ବିଏଲଏ ଦାବି କରିଛି।

ବିଏଲଏର ମୁଖପାତ୍ର ଜିଆନ୍ଦ ବଲୁଚଙ୍କ କହିବା ଅନୁସାରେ, ଆତାଉଲ୍ଲା ବଲୁଚ୍ ଓରଫ ଅଜମଲ ନାମକ ଜଣେ ଆତ୍ମଘାତୀ ଆକ୍ରମଣକାରୀ ସ୍ଥାନୀୟ ସମୟ ସନ୍ଧ୍ୟା ପ୍ରାୟ ସାଢେ ୬ଟା ବେଳେ ବିସ୍ଫୋରକ ଭର୍ତ୍ତି ଏକ ମାଜଦା ଟ୍ରକ୍‌କୁ ତଟରକ୍ଷୀ ଶିବିର ଭିତରକୁ ଧସାଇ ଦେଇ ବିସ୍ଫୋରଣ ଘଟାଇଥିଲେ। ସଂଗଠନର ଦାବି ଅନୁଯାୟୀ, ଏହି ଅଭିଯାନକୁ ବିଏଲଏର 'ମାଜିଦ୍ ବ୍ରିଗେଡ୍' କାର୍ଯ୍ୟକାରୀ କରିଥିଲା।

ଏହି ଘଟଣା ପରେ ବିଏଲଏର ମିଡିଆ ୱିଙ୍ଗ 'ହକ୍କାଲ' ପକ୍ଷରୁ ଦୁଇଟି ଭିଡିଓ ଜାରି କରାଯାଇଛି। ପ୍ରଥମ ଭିଡିଓରେ ବିସ୍ଫୋରକ ଭର୍ତ୍ତି ଟ୍ରକ୍ ଶିବିର ଭିତରକୁ ପ୍ରବେଶ କରିବା ପରେ ବିସ୍ଫୋରଣ ଘଟୁଥିବା ଦେଖାଯାଇଥିବା ବେଳେ, ଦ୍ୱିତୀୟ ଭିଡିଓରେ ଶିବିରର ବଡ଼ ଅଂଶ କ୍ଷତିଗ୍ରସ୍ତ ହୋଇଥିବା ଦୃଶ୍ୟ ଥିବା ଦାବି କରାଯାଇଛି।

ତେବେ ପାକିସ୍ତାନୀ ଅଧିକାରୀମାନେ BLAର ମୃତାହତଙ୍କ ଦାବିକୁ ତୁରନ୍ତ ନିଶ୍ଚିତ କରିନାହାଁନ୍ତି କିମ୍ବା ଘଟଣା ଉପରେ କୌଣସି ସରକାରୀ ବିବୃତ୍ତି ଜାରି କରିନାହାଁନ୍ତି।

ବିଏଲଏର ବିବୃତି ଅନୁସାରେ, ଗ୍ୱାଦରର ଜିୱାନି ସ୍ଥିତ ପାକିସ୍ତାନ ତଟରକ୍ଷୀ ବାହିନୀର ଶିବିରକୁ ଲକ୍ଷ୍ୟ କରି ବିସ୍ଫୋରକ ଭର୍ତ୍ତି ଏକ ଟ୍ରକ୍ ଧକ୍କା ଦିଆଯାଇଥିଲା। ସଂଗଠନର ଦାବି ମୁତାବକ, ଏହି ବିସ୍ଫୋରଣରେ ୩୦ରୁ ଅଧିକ ପାକିସ୍ତାନୀ ଅର୍ଦ୍ଧସାମରିକ ବାହିନୀ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। ଭଙ୍ଗା କୋଠା ତଳେ ଅନେକ ଲୋକ ଫସି ରହିଥିବାରୁ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ମଧ୍ୟ ବିଏଲଏ ଦାବି କରିଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samiksha Odia