Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପେରୁରେ ଭୟଙ୍କର ବିମାନ ଦୁର୍ଘଟଣା, ୧୩ ଜଣଙ୍କର ମୃତ୍ୟୁ

ପେରୁରେ ଭୟଙ୍କର ବିମାନ ଦୁର୍ଘଟଣା, ୧୩ ଜଣଙ୍କର ମୃତ୍ୟୁ

ପେରୁ: ପେରୁର ଦକ୍ଷିଣ ଅଞ୍ଚଳର ନାଜକା ସହର ନିକଟରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି। ମଝି ଆକାଶରୁ ବିମାନଟି ଖସିପଡ଼ିବା ପରେ ସେଥିରେ ଥିବା ପାଇଲଟଙ୍କ ସମେତ ସମସ୍ତ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ବିମାନଟି ଏକ ପଡ଼ିଆରେ ଖସିପଡ଼ିବା ପରେ ଖଣ୍ଡବିଖଣ୍ଡ ହୋଇ ନିଆଁ ଲାଗିଯାଇଥିଲା। ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ କାହାକୁ ଜୀବିତ ଉଦ୍ଧାର କରିବା ସମ୍ଭବ ହୋଇନଥିଲା।

ନାଜକା ସହର ପ୍ରଶାସନ ସୂଚନା ଦେଇଛି ଯେ, ନାଜକା ଲାଇନ୍ସର ଆକାଶପଥ ପରିଦର୍ଶନ ପାଇଁ ପର୍ଯ୍ୟଟକମାନଙ୍କୁ ନେଇ ବିମାନଟି ଉଡ଼ାଣ ଭରିଥିଲା। ନାଜକା ଲାଇନ୍ସ ହେଉଛି ପେରୁର ମରୁଭୂମିରେ ଶହ ଶହ ବର୍ଷ ପୂର୍ବେ ସୃଷ୍ଟି ହୋଇଥିବା ବିଶାଳ ଭୂ-ଆକୃତି, ଯାହା ବିଶ୍ୱ ଐତିହ୍ୟର ଏକ ଅନନ୍ୟ ନିଦର୍ଶନ ଭାବେ ପରିଚିତ।

ଦୁର୍ଘଟଣାଗ୍ରସ୍ତ ବିମାନଟି ଇକା ସହରରୁ ଉଡ଼ାଣ ଭରିଥିଲା। ଏହା ପେରୁର ଘରୋଇ ବିମାନ ସଂସ୍ଥା ଏରୋଡିଆନା (Aerodiana) ଦ୍ୱାରା ପରିଚାଳିତ ହେଉଥିଲା। କମ୍ପାନୀର ସୂଚନା ଅନୁଯାୟୀ, ଗତ ୧୪ ବର୍ଷ ଧରି ସେସ୍ନା ଗ୍ରାଣ୍ଡ କାରାଭାନ ବିମାନ ମାଧ୍ୟମରେ ନାଜକା ଲାଇନ୍ସ ଉପରେ ପର୍ଯ୍ୟଟନ ଉଡ଼ାଣ ପରିଚାଳନା କରାଯାଉଛି।

ପେରୁର ବାଣିଜ୍ୟ ଓ ପର୍ଯ୍ୟଟନ ମନ୍ତ୍ରଣାଳୟ କହିଛି, ବିମାନରେ ୧୧ ଜଣ ବିଦେଶୀ ପର୍ଯ୍ୟଟକ ଏବଂ ୨ ଜଣ କ୍ରୁ ସଦସ୍ୟ ଥିଲେ। ସରକାରୀ ସମ୍ବାଦ ସଂସ୍ଥା ଏଜେନ୍ସିଆ ଆଣ୍ଡିନାର ସୂଚନା ଅନୁଯାୟୀ, ମୃତକଙ୍କ ମଧ୍ୟରେ ୨ ଜଣ ଜର୍ମାନୀ, ୨ ଜଣ ସ୍ପେନ୍ ଏବଂ ୭ ଜଣ ଇଟାଲୀର ପର୍ଯ୍ୟଟକ ଥିଲେ।

ଘଟଣା ପରେ ଅଗ୍ନିଶମ ଓ ଉଦ୍ଧାରକାରୀ ଦଳ ନିଆଁ ଲିଭାଇବା ସହ ମୃତଦେହ ଉଦ୍ଧାର କାର୍ଯ୍ୟ ଚଳାଇଥିଲେ। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ପେରୁ: ପେରୁର ଦକ୍ଷିଣ ଅଞ୍ଚଳର ନାଜକା ସହର ନିକଟରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଛି। ମଝି ଆକାଶରୁ ବିମାନଟି ଖସିପଡ଼ିବା ପରେ ସେଥିରେ ଥିବା ପାଇଲଟଙ୍କ ସମେତ ସମସ୍ତ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ବିମାନଟି ଏକ ପଡ଼ିଆରେ ଖସିପଡ଼ିବା ପରେ ଖଣ୍ଡବିଖଣ୍ଡ ହୋଇ ନିଆଁ ଲାଗିଯାଇଥିଲା। ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ କାହାକୁ ଜୀବିତ ଉଦ୍ଧାର କରିବା ସମ୍ଭବ ହୋଇନଥିଲା।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samiksha Odia