Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ରାଜନୈତିକ ଶତ୍ରୁତାରୁ ଆକ୍ରମଣ: ଦୁଇ ଗିରଫ

ରାଜନୈତିକ ଶତ୍ରୁତାରୁ ଆକ୍ରମଣ: ଦୁଇ ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଧରାକୋଟ ବ୍ଲକ ଗାଙ୍ଗପୁର ଥାନା ଅନ୍ତର୍ଗତ ଝରପାରି ପଞ୍ଚାୟତର ଗମ୍ଭାରିଆ ଗ୍ରାମରେ ଚିକେନ୍ କଟା କାତିରେ ତିନି ଜଣଙ୍କୁ ମରଣାନ୍ତକ ଆକ୍ରମଣ ଫଳରେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗାଙ୍ଗପୁର ପୋଲିସ ଗିରଫ କରିଛନ୍ତି।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଧରାକୋଟ ବ୍ଲକ ଗାଙ୍ଗପୁର ଥାନା ଅନ୍ତର୍ଗତ ଝରପାରି ପଞ୍ଚାୟତର ଗମ୍ଭାରିଆ ଗ୍ରାମର ଗରିବ ନାଇକଙ୍କ ସ୍ତ୍ରୀ ରାଜଲକ୍ଷ୍ମୀ ନାଇକଙ୍କ ଲିଖିତ ଅଭିଯୋଗ ପ୍ରକାରେ, ତାଙ୍କ ସ୍ୱାମୀ ଗରିବ ଆଜି ମଧ୍ୟାହ୍ନ ୧୨ ଟା ସମୟରେ ଘରକୁ ଆସୁଥିବା ବେଳେ ସାମ୍ନାରେ ଚିକେନ ଦୋକାନ କରିଥିବା ସେହି ଗ୍ରାମର ଦୁଇ ଭାଇ ସୁବଳ ନାଇକ ଓ ସୁଦାମ ନାଇକ ସହିତ ସେମାନଙ୍କର ବାପା ଓ ସ୍ତ୍ରୀ ହଠାତ୍ ଚିକେନ କାତି ଧରି ଗରିବଙ୍କ ବେକକୁ ହାଣିବା ସମୟରେ ହାତ ଦେଖାଇ ଦେବାରୁ କାତିଟି ଡାହାଣ ହାତରେ ପଡ଼ିଯାଇଥିଲା।

ସେ ସମୟରେ ଗରିବଙ୍କ ମା ମଧ୍ୟ ଛଡ଼ାଇବା ବେଳେ ତାଙ୍କୁ ମଧ୍ୟ ହାଣି ପକାଇ ତଳେ ପକାଇ ଗୋଇଠା ମାରି ଥିଲେ ଏପରିକି ଗରିବଙ୍କ ବାପାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଏପରିକି ରାଜଲକ୍ଷ୍ମୀ ଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିବା ସେ ଏତଲାରେ ଦର୍ଶାଇଛନ୍ତି।

ଅଭିଯୋଗ ଗ୍ରହଣ କରି ପୋଲିସ ମାମଲା ନଂ ୨୪୧/୨୬ ମକଦ୍ଦମା ରୁଜୁ କରି ଅଭିଯୁକ୍ତ ଦ୍ୱୟଙ୍କୁ ଭାରତୀୟ ନ୍ୟାୟ ସଂହିତା ଦଫା ଅନୁଯାୟୀ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଧରାକୋଟ ବ୍ଲକ ଗାଙ୍ଗପୁର ଥାନା ଅନ୍ତର୍ଗତ ଝରପାରି ପଞ୍ଚାୟତର ଗମ୍ଭାରିଆ ଗ୍ରାମର ଗରିବ ନାଇକଙ୍କ ସ୍ତ୍ରୀ ରାଜଲକ୍ଷ୍ମୀ ନାଇକଙ୍କ ଲିଖିତ ଅଭିଯୋଗ ପ୍ରକାରେ, ତାଙ୍କ ସ୍ୱାମୀ ଗରିବ ଆଜି ମଧ୍ୟାହ୍ନ ୧୨ ଟା ସମୟରେ ଘରକୁ ଆସୁଥିବା ବେଳେ ସାମ୍ନାରେ ଚିକେନ ଦୋକାନ କରିଥିବା ସେହି ଗ୍ରାମର ଦୁଇ ଭାଇ ସୁବଳ ନାଇକ ଓ ସୁଦାମ ନାଇକ ସହିତ ସେମାନଙ୍କର ବାପା ଓ ସ୍ତ୍ରୀ ହଠାତ୍ ଚିକେନ କାତି ଧରି ଗରିବଙ୍କ ବେକକୁ ହାଣିବା ସମୟରେ ହାତ ଦେଖାଇ ଦେବାରୁ କାତିଟି ଡାହାଣ ହାତରେ ପଡ଼ିଯାଇଥିଲା। ସେ ସମୟରେ ଗରିବଙ୍କ ମା ମଧ୍ୟ ଛଡ଼ାଇବା ବେଳେ ତାଙ୍କୁ ମଧ୍ୟ ହାଣି ପକାଇ ତଳେ ପକାଇ ଗୋଇଠା ମାରି ଥିଲେ ଏପରିକି ଗରିବଙ୍କ ବାପାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଏପରିକି ରାଜଲକ୍ଷ୍ମୀ ଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିବା ସେ ଏତଲାରେ ଦର୍ଶାଇଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samiksha Odia