Dailyhunt
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ କାର୍ଯ୍ୟର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ କାର୍ଯ୍ୟର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ଭୁବନେଶ୍ଵର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗୀୟ କାର୍ଯ୍ୟ ସହ ଆମ ସାଥୀ ଚାଟ୍ ବଟ୍ ର ଉପଯୋଗିତା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ହ୍ବାଟସଆପ୍ ମାଧ୍ୟମରେ ବର୍ତ୍ତମାନ ଉପଲବ୍ଧ ଥିବା ଆମ ସାଥୀ ଚାଟ୍ ବଟକୁ ରାଜସ୍ୱ ସେବା ପ୍ରଦାନ ନିମନ୍ତେ ଅଧିକ ସହଜ ଏବଂ ଲୋକାଭିମୁଖୀ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସାଧାରଣ ଲୋକେ କିପରି ସହଜରେ ପ୍ରଶାସନକୁ ନିଜ ସମସ୍ୟା ଜଣାଇ ପାରିବେ ଏବଂ ତ୍ଵରିତ ସହାୟତା ପାଇପାରିବେ, ତାହାକୁ ସୁନିଶ୍ଚିତ କରିବା ପାଇଁ ଆମ ସାଥୀ ଚାଟ୍ ବଟର ଦକ୍ଷତା ବିକାଶ କରାଯାଉଛି। ରାଜ୍ୟର ସମସ୍ତ ତହସିଲଦାର୍ ଏବଂ ଅନ୍ୟାନ୍ୟ ରାଜସ୍ୱ ଅଧିକାରୀଙ୍କୁ ତାଲିମ୍ ଦିଆଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି।

ଭୁବନେଶ୍ଵର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗୀୟ କାର୍ଯ୍ୟ ସହ ଆମ ସାଥୀ ଚାଟ୍ ବଟ୍ ର ଉପଯୋଗିତା ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ହ୍ବାଟସଆପ୍ ମାଧ୍ୟମରେ ବର୍ତ୍ତମାନ ଉପଲବ୍ଧ ଥିବା ଆମ ସାଥୀ ଚାଟ୍ ବଟକୁ ରାଜସ୍ୱ ସେବା ପ୍ରଦାନ ନିମନ୍ତେ ଅଧିକ ସହଜ ଏବଂ ଲୋକାଭିମୁଖୀ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସାଧାରଣ ଲୋକେ କିପରି ସହଜରେ ପ୍ରଶାସନକୁ ନିଜ ସମସ୍ୟା ଜଣାଇ ପାରିବେ ଏବଂ ତ୍ଵରିତ ସହାୟତା ପାଇପାରିବେ, ତାହାକୁ ସୁନିଶ୍ଚିତ କରିବା ପାଇଁ ଆମ ସାଥୀ ଚାଟ୍ ବଟର ଦକ୍ଷତା ବିକାଶ କରାଯାଉଛି। ରାଜ୍ୟର ସମସ୍ତ ତହସିଲଦାର୍ ଏବଂ ଅନ୍ୟାନ୍ୟ ରାଜସ୍ୱ ଅଧିକାରୀଙ୍କୁ ତାଲିମ୍ ଦିଆଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samiksha Odia