Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ରାତିରେ ଗୋଡ଼ାଇ ଗୋଡ଼ାଇ ହାଣିଲେ

ରାତିରେ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଭୁବନେଶ୍ୱର: ରାଜଧାନୀରେ ପୁଣି ମୁଣ୍ଡ ଟେକିଛି ଗ୍ୟାଙ୍ଗ ୱାର। ଚନ୍ଦ୍ରଶେଖରପୁର ଅଞ୍ଚଳରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ନୀଳାଦ୍ରିବିହାରସ୍ଥିତ ବୁଦ୍ଧ ବିହାର ଓ ଇଶାନେଶ୍ୱର ବସ୍ତିରେ ୧୫ରୁ ଅଧିକ ମୁଖାପିନ୍ଧା ଦୁର୍ବୃତ୍ତ ଖଣ୍ଡା ଓ ଭୁଜାଲି ଧରି ଖୋଲାଖୋଲି ଆତଙ୍କ ସୃଷ୍ଟି କରିଥିଲେ।

ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢେ ୯ଟା ବେଳେ ଦୁର୍ବୃତ୍ତମାନେ ବୁଦ୍ଧ ବିହାର ଅଞ୍ଚଳରେ ପ୍ରବେଶ କରି ସାମ୍ନାରେ ଯାହାକୁ ପାଇଥିଲେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଦୁଇ ଜଣ ଆହତ ହୋଇଥିବା ବେଳେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ସହରର ଜନବହୁଳ ଅଞ୍ଚଳରେ ଏଭଳି ଖୋଲାଖୋଲି ଅସ୍ତ୍ର ପ୍ରଦର୍ଶନ ଓ ଆକ୍ରମଣ କମିସନରେଟ ପୋଲିସର ଆଇନଶୃଙ୍ଖଳା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଦିନକ ପୂର୍ବରୁ ଘଟିଥିବା ଆକ୍ରମଣର ପ୍ରତିଶୋଧ ନେବା ପାଇଁ ପ୍ରତିପକ୍ଷ ଗୋଷ୍ଠୀ ଏହି ହମଲା କରିଥିବା ସନ୍ଦେହ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ଏକେ ଅଞ୍ଚଳରେ ଦୁଇ ଦିନ ମଧ୍ୟରେ ଦୁଇଥର ଗ୍ୟାଙ୍ଗ ୱାର ଘଟିବା ପରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଭୟ ଓ ଅସୁରକ୍ଷାର ପରିବେଶ ଦେଖାଦେଇଛି।

ପୋଲିସ ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କ ପରିଚୟ ଚିହ୍ନଟ କରିବା ସହ ସେମାନଙ୍କୁ ଗିରଫ ପାଇଁ ଚଢ଼ାଉ ଜାରି ରଖିଛି। ଘଟଣାର ପ୍ରକୃତ କାରଣ ନେଇ ତଦନ୍ତ ଚାଲିଛି।

ଭୁବନେଶ୍ୱର: ରାଜଧାନୀରେ ପୁଣି ମୁଣ୍ଡ ଟେକିଛି ଗ୍ୟାଙ୍ଗ ୱାର। ଚନ୍ଦ୍ରଶେଖରପୁର ଅଞ୍ଚଳରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି। ନୀଳାଦ୍ରିବିହାରସ୍ଥିତ ବୁଦ୍ଧ ବିହାର ଓ ଇଶାନେଶ୍ୱର ବସ୍ତିରେ ୧୫ରୁ ଅଧିକ ମୁଖାପିନ୍ଧା ଦୁର୍ବୃତ୍ତ ଖଣ୍ଡା ଓ ଭୁଜାଲି ଧରି ଖୋଲାଖୋଲି ଆତଙ୍କ ସୃଷ୍ଟି କରିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: The Samiksha Odia